ଏହି ସବୁ ସମସ୍ୟା ଥିଲେ ଖାଆନ୍ତୁ ନାହିଁ ଆମ୍ବ

ଏବେ ବଜାରରେ ପ୍ରଚୁର ଆମ୍ବ ମିଳୁଛି। ଆମେ ସମସ୍ତେ ଉଣା ଅଧିକେ ଆମ୍ବ ବି ଖାଉଛୁ। କାରଣ ଆମ୍ବ ଏକ ପୁଷ୍ଟିକର ଫଳ। ଏଥିରେ ଭିଟାମିନ୍‌ ଏ, କପର୍‌, ଆଇରନ୍‌ ଓ ପୋଟାସିୟମ୍‌ ଭଳି ପୋଷକ ତତ୍ତ୍ୱ ରହିଛି। କିନ୍ତୁ ଆପଣ କ’ଣ ଜାଣନ୍ତି କି ଦରକାରଠୁ ଅଧିକ ଆମ୍ବ ଖାଇଲେ ଏସବୁ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି !

ତ୍ୱଚା ସମସ୍ୟା: ଆମ୍ବ ଖାଇବା ସମୟରେ ମୁହଁରୁ ଏକ ତରଳ ପଦାର୍ଥ ବାହାରିଥାଏ। ଯଦି ଆପଣ ତାକୁ ଠିକ୍‌ ଭାବେ ସଫା ନ କରିବେ,ତେବେ ଆପଣଙ୍କ ତ୍ୱଚା କୁଣ୍ଡାଇ ହୋଇପାରେ।ଖାଲି ସେତିକି ନୁହେଁ ଏହା ଫଳରେ ଗଳା କୁଣ୍ଡେଇ ହୋଇପାରେ।

ହଜମ ଜନିତ ସମସ୍ୟା: ଯଦି ଆପଣଙ୍କର ହଜମ ଜନିତ ସମସ୍ୟା ଅଛି, ତେବେ ଆମ୍ବ ଖାଇବା ଅନୁଚିତ। ତା’ଛଡ଼ା ଅଧିକ ମାତ୍ରାରେ ଆମ୍ବ ଖାଇଲେ ତରଳ ଝାଡ଼ା ଓ ପେଟ କାଟିବା ଭଳି ସମସ୍ୟା ବି ଦେଖା ଦେଇଥାଏ।

ମୁଖର ଉଜ୍ଜ୍ୱଳତା ନଷ୍ଟ କରେ: ଆମ୍ବ ଏକ ସ୍ୱାଦିଷ୍ଟ ଫଳ ହୋଇଥିଲେ ବି ଏହା ଏକ ଗରମ ଫଳ ଭାବେ ମଧ୍ୟ ଜଣାଶୁଣା। ଅଧିକ ମାତ୍ରାରେ ଆମ୍ବ ଖାଇଲେ ଆପଣଙ୍କ ମୁଖର ଉଜ୍ୱଳତା ନଷ୍ଟହେବାର ଆଶଙ୍କା ରହିଛି।

ଯେଉଁମାନଙ୍କର ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଛି, ସେମାନେ ଆମ୍ବ ନ ଖାଇବା ଭଲ। ସାଇନସ୍‌ ରୋଗୀ ଓ ମଧୁମେହ ରୋଗୀମାନେ ମଧ୍ୟ ଆମ୍ବଠାରୁ ଦୂରେଇ ରହିବା ଭଲ। ନିଜର ଓଜନ କମ୍‌ କରିବାକୁ ଚାହୁଁଥିବା ଲୋକ ବି ଆମ୍ବ ଖାଇବା ଅନୁଚିତ।

SHARE BY