ସାଧାରଣ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଥମ କଳାହାଣ୍ଡି ଗସ୍ତ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଗୋଟିଏ ପଟେ ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ଦାୟିତ୍ବ ଓ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଳାହାଣ୍ଡି ଗସ୍ତକୁ ନେଇ ଆଲୋଚନା ଜୋର ଧରିଛି। ଆସନ୍ତା ୩୦ ତାରିଖ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର ନିକଟସ୍ଥ ରିଷିଗାଁ ପଡ଼ିଆରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବା ସହ ୫୦ ହଜାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିବେ। ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ଜୋର୍ସୋର ପ୍ରସ୍ତୁତି ଆରମ୍ଭ କରିଛି।
କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳଙ୍କ ଚିଠି ଅନୁସାରେ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଶେଷ ପର୍ଯ୍ୟନ୍ତ କୌଣସି ଛୁଟି ମିଳିବ ନାହିଁ । ଅନ୍ୟପଟେ ଟେଣ୍ଟ ହାଉସ୍ରୁ ଆରମ୍ଭ କରି ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ତାରିଖ ପାଖେଇ ଆସୁଥିବାବେଳେ ରାଜନୀତି ତାତି ବି ବଢ଼ିବାରେ ଲାଗିଛି। ବିଜେଡିର ବହୁ ଛାମୁଆ ନେତା ଏବେ ବିଜେପି ଶିବିରରେ ଥିବା ବେଳେ କେତେକ ତୁଙ୍ଗ ନେତା ବିଜେପି ଆସିବା ପାଇଁ ଯୋଗସୂତ୍ରରେ ଅଛନ୍ତି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ କଳାହାଣ୍ଡି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କିଛି ବଡ଼ ଯୋଜନା ଘୋଷଣା କରିବେ ବୋଲି ଶାସକ ଦଳ କର୍ମୀମାନେ ଅପେକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସାଧାରଣରେ ଉତ୍କଣ୍ଠା ଦେଖା ଦେଇଥିବାବେଳେ ଆଗକୁ ୩ ଦଳ କିଭଳି ରଣନୀତି ଆପଣାଉଛନ୍ତି ଏହା ଉପରେ ସଭିଁଙ୍କ ନଜର ରହିଛି।
More Stories
କଥା ରଖିଲେ ମୋହନ, ଶ୍ରୀମନ୍ଦିରକୁ 500 କୋଟିର କର୍ପସ ପାଣ୍ଠି ମଞ୍ଜୁର
ସବୁଠୁ ବଡ ସମସ୍ୟା ମହିଳାଙ୍କ ସୁରକ୍ଷା- ସୁପ୍ରିୟା ଶ୍ରୀନେତ
କାହିଁକି ନିର୍ବାଚନ ଲଢିବେନି ନିରଞ୍ଜନ