ଆଜିକାଲି ହୃଦଘାତ ସମସ୍ୟା ଏକ ସାଧାରଣ ଘଟଣା । ଆଗରୁ ଆମେ ବୟସ୍କ ଲୋକଙ୍କୁ ହୃଦ୍ଘାତ ହେଉଥିବାର ଜାଣିଥିଲୁ କିନ୍ତୁ ଏବେ ଯୁବ ପିଢି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ସକାଳ ସମୟରେ ହୃଦଘାତ ହେବାର ସମ୍ଭାବନା ଅଧିକ ରହିଥାଏ । ତେବେ ଆସନ୍ତୁ ଜାଣିବା ଏହାର କାରଣ କ’ଣ ଓ ଏଥିରୁ କେମିତି ରକ୍ଷା ପାଇ ପାରିବେ ।
ବିଶେଷଜ୍ଞମାନଙ୍କ କହିବା କଥା ସକାଳୁ ଶରୀରରୁ କିଛି ହରମୋନ୍ ନିର୍ଗତ ହେବା କାରଣରୁ ଏହି ପରି ଘଟିଥାଏ । ସକାଳ ପ୍ରାୟ ୪ଟା ସମୟରେ ଆମ ଶରୀରରେ ସାଇଟୋକିନିନ୍ ନାମକ ଏକ ହରମୋନ୍ ନିର୍ଗତ ହୋଇଥାଏ ଯାହା ହୃଦଘାତର ମୁଖ୍ୟ କାରଣ ଅଟେ ।
ଏହି ସବୁ କାରଣ ପାଇଁ ହୃଦ୍ଘାତ ହୋଇଥାଏ
ମଧୁମେହ, ଉଚ୍ଚ ରକ୍ତଚାପ, ନିୟମିତ ଧୂମପାନ ହୃଦ୍ଘାତର ଏକ ମୁଖ୍ୟ କାରଣ ଅଟେ । ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଆଜିକାଲି ଯୁବପିଢି ତାଙ୍କ ଜୀବନର ଆରମ୍ଭ ସମୟରୁ ହୃଦ୍ଘାତ ଶିକାର ହେଉଛନ୍ତି । ଏହାର କାରଣ ହେଉଛି ଖରାପ ଜୀବନଶୖଳୀ ଏବଂ ରାତି ଅନିଦ୍ରା, ମାନସିକ ଚାପରେ ବୃଦ୍ଧି, ଅତ୍ୟଧିକ ମଦ୍ୟପାନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ | ଯଦି ଆପଣ ନିଜ ହୃଦୟକୁ ସୁସ୍ଥ ରଖିବାକୁ ଚାହାଁନ୍ତି ତେବେ ଦିନକୁ ୭ ରୁ ୮ ଘଣ୍ଟା ଶୋଇବା, ଚାପମୁକ୍ତ ଜୀବନଯାପନ କରିବା ଏବଂ ସୁସ୍ଥ ଖାଦ୍ୟ ଖାଇବା । ଯାହା ଦ୍ବାରା ଆପଣ ହୃଦ୍ଘାତରୁ ରକ୍ଷା ପାଇ ପାରିବେ ।
More Stories
ମଧୁମେହ ଜନୀତ ମୃତ୍ୟୁକୁ ଦିଅନ୍ତୁ ବିଦାୟ
ସ୍ତନ କର୍କଟକୁ ଚିହ୍ନଟ କରିବା ହେଲା ସହଜ
ଡିପ୍ରେସନ ଦେଉଛି ସୋସିଆଲ୍ ମିଡିଆ