The Topmost

“The eyes believe themselves, the ears believe other people.”

ମାଂସ ଖାଉଥିବା ପୁରୁଷଙ୍କ ଉପରେ ଲଗାନ୍ତୁ ସେକ୍ସ୍ ଷ୍ଟ୍ରାଇକ୍ !

ପ୍ରାଣୀ କଲ୍ୟାଣ ସଂଗଠନ ‘ପେଟା’ ପକ୍ଷରୁ କରାଯାଇଥିବା ଏକ ନୂଆ ଅପିଲକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି | ବାସ୍ତବରେ ପି‌ପୁଲ୍ ଫର୍‌ ଏଥିକାଲ୍‌ ଟ୍ରିଟ୍‌ମେଣ୍ଟ୍‌ ଅଫ୍ ଆନିମଲ୍‌ସ୍‌’ (ପେଟା) ପକ୍ଷରୁ ଅପିଲ କରାଯାଇଛି ଯେ ପୃଥିବୀକୁ ବଞ୍ଚାଇବାକୁ ହେଲେ ମାଂସ ଖାଉଥିବା ପୁରୁଷଙ୍କ ସହ ମହିଳାମାନେ ଯୌନ ସମ୍ପର୍କ ରଖିବା ଉଚିତ୍ ନୁହେଁ।

ପେଟା ପକ୍ଷରୁ କୁହାଯାଇଛି ଯେ ଅଧିକ ମାଂସ ଖାଉଥିବା ପୁରୁଷମାନେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ପାଇଁ ଦାୟୀ ହୋଇଥିବାରୁ ମାଂସ ଖାଉଥିବା ପୁରୁଷଙ୍କ ଉପରେ ମହିଳାମାନେ ‘ସେକ୍ସ ଷ୍ଟ୍ରାଇକ୍’ କରନ୍ତୁ | ଆଉ ଏହି ଅପିଲ ଜର୍ମାନୀରେ କରାଯାଇଥିବାବେଳେ ଯାହାକୁ ନେଇ ଅସନ୍ତୋଷ ବଢିଛି । ପୁରୁଷମାନଙ୍କୁ ମାଂସ ଖାଇବା ବନ୍ଦ କରିବା ପାଇଁ ପେଟା ଏପରି ଏକ ଅନନ୍ୟ ଅପିଲ କରିଛି | ପୁରୁଷମାନଙ୍କୁ ଶାକାହାରୀ କରିବା ପାଇଁ, ପ୍ରାଣୀ କଲ୍ୟାଣ ସଂଗଠନ ମହିଳାମାନଙ୍କୁ ମାଂସ ଖାଉଥିବା ପୁରୁଷଙ୍କ ବିରୋଧରେ ସେକ୍ସ ଷ୍ଟ୍ରାଇକ ବା ଯୌନ ଧର୍ମଘଟ କରିବାକୁ ନିବେଦନ କରାଯାଇଛି । ଯଦି ମହିଳାମାନେ ଏହା କରନ୍ତି ତେବେ ପୁରୁଷମାନେ ମାଂସାହାର ତ୍ୟାଗ କରିବାକୁ ବାଧ୍ୟ ହେବେ ବୋଲି ପେଟା ପକ୍ଷରୁ କୁହାଯାଇଛି | ସେହିପରି ‘ପେଟା’ ର ଜର୍ମାନ ଶାଖା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ମାଂସ ଖାଆନ୍ତି।

ସେକ୍ସ ଷ୍ଟ୍ରାଇକ କ’ଣ?
‘ସେକ୍ସ ଷ୍ଟ୍ରାଇକ୍’ ପ୍ରସଙ୍ଗ ପ୍ରଥମେ ପ୍ରାଚୀନ ନାଟ୍ୟକାର ଆରିଷ୍ଟୋଫାନସ୍ ଖ୍ରୀଷ୍ଟପୂର୍ବ ୪୧୧ ମସିହାରେ ଲିଖିତ ନାଟକ ‘ଲିସିଷ୍ଟ୍ରାଟାରେ’ ଉଲ୍ଲେଖ କରାଯାଇଥିଲା । ଏହି ନାଟକରେ ନାରୀ ଜଣକ ନିଜର ଦାବି ପୂରଣ ପାଇଁ ସ୍ୱାମୀଙ୍କ ସହ ସମ୍ପର୍କ ରଖିବାକୁ ମନା କରିଥିଲେ | ପ୍ରାୟ ୨୦୦୦ ବର୍ଷ ପରେ, ୧୫୩୦ ଦଶକରେ ନିକାରାଗୁଆ ମହିଳାମାନେ ମଧ୍ୟ ଏହି ରଣନୀତି ବ୍ୟବହାର କରିଥିଲେ। ସ୍ପେନର କ୍ରୀତଦାସ ବାଣିଜ୍ୟ ବନ୍ଦ କରିବା ପାଇଁ  ସେମାନେ ଏହି ଅସ୍ତ୍ର ବ୍ୟବହାର କରିଥିଲେ। ଆଉ ପେଟା ପକ୍ଷରୁ କରାଯାଇଥିବା ଅପିଲ ମୁତାବକ ଯେ ପର୍ଯ୍ୟନ୍ତ ପୁରୁଷଜଣକ ମାଂସ ଖାଇବା ନ ଛାଡ଼ିବେ ସେ ପର୍ଯ୍ୟନ୍ତ ତାଙ୍କ ପତ୍ନୀ/ ମହିଳା ସଙ୍ଗୀ ଯୌନ ସମ୍ପର୍କ ରଖିବେ ନାହିଁ। ମହିଳାମାନେ ‌ଶାରୀରିକ ସମ୍ବନ୍ଧ ଲାଗି ରୋକଠୋକ ମନା କରିବାକୁ କୁହାଯାଇଛି |

SHARE BY