The Topmost

“The eyes believe themselves, the ears believe other people.”

ପ୍ରକୃତ ହିତାଧିକାରୀ ବାଛିବେ ଯୋଗାଣ ମନ୍ତ୍ରୀ

ପ୍ରକୃତ ହିତାଧିକାରୀ ଯାଞ୍ଜ ପାଇଁ  ଫିଜିକାଲ ସର୍ଭେ ହେବ । ସର୍ଭେ ପରେ ଚୂଡାନ୍ତ  ରାସନ କାର୍ଡ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି।  ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ୭୩୪ ହଜାର ଲୋକ ଇ‌-କେୱାଇସି କରିନାହାନ୍ତି ।

୩୧ ମାର୍ଚ୍ଚ ପରେ ଜଣା ପଡ଼ିବ କେତେ ଲୋକ ଇ‌-କେୱାଇସି କରିନାହାନ୍ତି। ଏହା ପରେ କାହିଁକି ହିତାଧିକାରୀ ଇ‌-କେୱାଇସି କରି ନାହାନ୍ତି ଫିଲଡ ଭିଜିଟ କରି ଦେଖିବେ ବିଭାଗୀୟ ଅଧିକାରୀ। ତେବେ ହଠାତ୍ କାହାର ରାସନ କାର୍ଡ କଟା ଯିବନି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।

SHARE BY