August 14, 2025

ସୁସ୍କ ଚର୍ମକୁ ନେଇ ଚିନ୍ତିତ କି

ସୁନ୍ଦର ଦିଶିବାକୁ କିଏ ବା ଚାହେଁନା। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ନିଜ ଚେହେରାକୁ ସଜେଇ ରଖିବାର ଇଚ୍ଛା ଅଳ୍ପବହୁତ ପ୍ରାୟ ସମସ୍ତଙ୍କ ଭିତରେ ଥାଏ। ତେବେ ଖାଲି ତ ଚାହିଁବା ଦ୍ବାରା ସବୁ ହୋଇଯାଏନି। ସେଥିପାଇଁ କିଛି କରିବାକୁ ବି ପଡ଼େ। ବ୍ୟସ୍ତବହୁଳ ଜୀବନରେ ନିଜ ପାଇଁ ସମୟ ଖୁବ୍‌ କମ୍‌। ତା ‌ସତ୍ତ୍ବେ ବି ଆମ ନିଜକୁ ସମୟ ଦେବାକୁ ହେବ। ନିଜ ସ୍ବାସ୍ଥ୍ୟ ପାଇଁ, ନିଜ ସୌନ୍ଦର୍ଯ୍ୟ ପାଇଁ ଆମକୁ ହିଁ ଚିନ୍ତା କରିବାକୁ ପଡ଼ିବ।

ଫଳ, ପରିବା, ଦୁଗ୍ଧ ଜାତୀୟ ଖାଦ୍ୟ ଖାଆନ୍ତୁ। ଫଳରେ ତ୍ୱଚା ତେଲିଆ ଦିଶିବ। ଦୂରରୁ ମଧ୍ୟ ଆପଣଙ୍କ ଚେହେରା ଚକମକ କରିବ। ପାରୁଛନ୍ତି ଯଦି କଲରା, ଲାଉ ଏବଂ ଗାଜର ରସ ପିଅନ୍ତୁ।

ମଝିରେ ମଝିରେ ଗରମ ପାଣିରେ ମୁହଁକୁ ‌ଷ୍ଟିମ୍‌ ବା ବାମ୍ଫ ଦିଅନ୍ତୁ। ଫଳରେ ଆପଣଙ୍କ ମୁହଁରେ ଥିବା ଧୂଳିକଣିକା ବାହାରିଯିବ ଏବଂ ଆପଣଙ୍କ ମୁହଁ ପୂର୍ବପେକ୍ଷା ଉଜ୍ୱଳ ଦିଶିବ। ଅତିକମ୍‌ରେ ସପ୍ତାହକୁ ଥରୁଟିଏ ଏହି ବାମ୍ଫ ଦିଅନ୍ତୁ।

ମଝିରେ ମଝିରେ ମୁହଁରେ ଅମୃତଭଣ୍ଡା, କଦଳୀ, ଆଳୁ, ବିଲାତି ବାଇଗଣ କିମ୍ବା ମହୁ କୌଣସିରୁ ଗୋଟାଏ ଲେପ ଦିଅନ୍ତୁ। ଏହା ଦ୍ୱାରା ତ୍ୱଚା ନରମ ହୋଇଥାଏ।

ଅଧିକରୁ ଅଧିକ ଥର ମୁହଁ ଧୁଅନ୍ତୁ। ଥଣ୍ଡା ପାଣିରେ ମୁହଁ ଧୋଇଲେ ବେଶି ଭଲ। ବ୍ରଣ, ଦାଗ କିମ୍ବା ଛଉ ଆଦି ସମସ୍ୟା ପାଖ ପଶେ ନାହିଁ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାତିରେ ଜଲ୍‌ଦି ଶୋଇ ସକାଳୁ ଜଲ୍‌ଦି ଉଠନ୍ତୁ। ବିଳମ୍ବିତ ରାତିରେ ଶୋଇବା ତ୍ୱଚା ପାଇଁ ଆଦୌ ଶୁଭଙ୍କର ନୁହେଁ।

SHARE BY