ଆପଣ ତ ଘରେ ନିଶ୍ଚୟ ସୁପ୍ ବନାଉଥିବେ। ଭେଜ୍ରୁ ନେଇ ନନ୍ଭେଜ୍ ବିଭିନ୍ନ ପ୍ରକାରର ସୁପ୍ ଆପଣଙ୍କ ଘରେ ହେଉଥିବ। ସୁପ୍ ପିଇବା ବି ଦେହ ପ୍ରତି ଖୁବ୍ ଭଲ।
କିଛି ଲୋକଙ୍କ କହିବା ମୁତାବକ କିଛି ଖାଇବା ମାତ୍ରେ ତୁରନ୍ତ ସେମାନଙ୍କ ଓଜନ ବଢ଼ିଯାଏ। ଓଜନ କମାଇବା ଚକ୍କରରେ ଅନେକ ସମୟରେ ନିଜ ପ୍ରିୟ ଖାଦ୍ୟକୁ ବି ତ୍ୟାଗ କରିବାକୁ ବି ପଡ଼ିଥାଏ। ମାତ୍ର ଏପରି କେତେ ଦିନ ବା କରିହେବ? କେତେ ଦିନ ବା ଖାଇବା ଉପରେ ଆଉ ନିୟନ୍ତ୍ରଣ ରଖିବେ ଆପଣ? ଏମିତି ବି ହୁଏ ଖାଦ୍ୟ କମାଇବା ଦ୍ୱାରା ଗ୍ୟାସ୍ ହେତୁ ମୋଟାପଣ ବଢ଼ିଥାଏ। ତେଣୁ, ଖାଇବା କମାଇ ଓଜନ କମାଇବା ଚିନ୍ତା କରିବା ନିହାତି ଭୁଲ୍ ନିଷ୍ପତ୍ତି। ଆପଣ ଯଦି ନିଜ ଓଜନ କମାଇବାକୁ ଚାହାନ୍ତି ତ ନିମ୍ନରେ ଯେଉଁ ସୁପ୍ ବିଷୟରେ ଲେଖାଯାଇଛି ତାହାକୁ ପ୍ରତିଦିନ ଖାଇବା ପୂର୍ବରୁ ପିଅନ୍ତୁ।
ପ୍ରଥମେ ୩ଟି ବିଲାତି ବାଇଗଣ, ୩ଟି ଗାଜର, ଏକ ଫୁଲକୋବି, ୬ଟି ପିଆଜ ନିଅନ୍ତୁ। ତାହାକୁ ଖୁବ୍ ସାନ ସାନ କରି କାଟିଦିଅନ୍ତୁ। ଏହା ସହିତ ୩ ବିଡ଼ା ଧନିଆ ପତ୍ର ବି କାଟିକି ରଖନ୍ତୁ। ପାରୁଛନ୍ତି ଯଦି ଅଧା ଗିନା ବିନ୍ସ କଟା ବି ନିଅନ୍ତୁ। ସବୁକୁ ମିଶାଇ ପାଣି ଦେଇ ସିଝେଇ ଦିଅନ୍ତୁ। ସେଥିରେ ଆବଶ୍ୟକ ପରିମାଣର ଲଙ୍କାଗୁଣ୍ଡ ଓ ଲୁଣ ମିଶାଇ ଦିଅନ୍ତୁ। ନିଜର ରୁଚି ଅନୁସାରେ ପାଣି ମାରିପାରନ୍ତି କିମ୍ବା ଅଧିକ ବି ଦେଇପାରନ୍ତି। ଏହି ସୁପ୍କୁ ଖାଦ୍ୟ ଖାଇବାର ୧୦ ମିନିଟ୍ ପୂର୍ବରୁ ପିଅନ୍ତୁ। ପାରୁଛନ୍ତି ଯଦି ରାତିରେ ଆଉ କିଛି ନଖାଇ ଏହାକୁ ପିଇକି ଶୋଇପାରନ୍ତି।
ଦେଖିବେ ଆପଣଙ୍କ ମୋଟାପଣ ହ୍ରାସ ପାଇବା ଦ୍ବାରା ଶରୀର ବି ସୁସ୍ଥ ରହିବ।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା