ଭାରତରେ ଦିନକୁ ଦିନ ଲୋକଙ୍କ ମଧ୍ୟରେ ଆଣ୍ଠୁ ଗଣ୍ଠି ବିନ୍ଧାର ସମସ୍ୟା ବଢିବାରେ ଲାଗିଛି । ଏହି ରୋଗ ମୁଖ୍ୟତଃ ବୟସ ବଢିଲେ ଶରୀରରେ ଦେଖାଥାଏ । ବର୍ତ୍ତମାନ କିନ୍ତୁ କମ୍ ବୟସର ଲୋକଙ୍କ ପାଖରେ ଏହି ସମସ୍ୟା ଦେଖାଦେଉଛି । ଏହାର ସମାଧନ ପାଇଁ ବିଶେଷଜ୍ଞମାନେ ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି, ଯାହା ଦ୍ବାରା ଏହି ରୋଗରୁ ରକ୍ଷା ମିଳିପାରିବ।
ଆଣ୍ଠୁଗଣ୍ଠି ବିନ୍ଧା ରୋଗୀ ନିମ୍ନଲିଖିତ ଖାଦ୍ୟ ଖାଇବା ଉଚିତ
ସେଓ ଖାଇବା ଜରୁରୀ
ଆଣ୍ଠୁ ଗଣ୍ଠିବିନ୍ଧାରୁ ରକ୍ଷା ପାଇବା ପାଇଁ ସେଓ ଖାଇବା ଜରୁରୀ। ସେଓରେ ଟେନିନ୍ ନାମକ ଏକ ଫେନୋଲିକ୍ ଯୌଗିକ ଥାଏ ଯାହା ଆଣ୍ଠୁ ଗଣ୍ଠି ବିନ୍ଧାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।
ଭିଟାମିନ୍ ‘ସି’ ଥିବା ଫଳ ଏହି ରୋଗ ପାଇଁ ରାମବାଣ ସଦୃଶ୍ୟ
ଭିଟାମିନ୍ ‘ସି’ ଥିବା ଫଳ ଖାଇବା ଦ୍ବାରା ଏହି ସମସ୍ୟା ଥିବା ଲୋକଙ୍କୁ ବହୁତ ଲାଭ ହୋଇଥାଏ । ବିଶେଷ କରି କମଳା, ଲେମ୍ବୁ, ଜାମୁକୋଳି ଆଦି ଫଳ ଖାଇବା ଆବଶ୍ୟକ । ଜାଣି ରଖନ୍ତୁ ଏହି ଫଳଗୁଡିକୁ ଠିକ୍ ସମୟରେ ଖାଇବା ଆବଶ୍ୟକ, ନହେଲେ ଅସୁବିଧାରେ ପଡିପାରନ୍ତି । ଭୁଲରେ ବି ଏହି ସବୁ ଫଳକୁ ସକାଳେ କିମ୍ବା ସନ୍ଧ୍ୟା ବେଳେ ଖାଇବେ ନାହିଁ, କେବଳ ଦିନରେ ହିଁ ଖାଇବେ । ନହେଲେ ଆଣ୍ଠୁ ବିନ୍ଧା ଭଲ ହେବା ବଦଳରେ ଅଧିକ ହେବାର ସମ୍ଭାବନା ରହିଛି ।
ଏହି ରୋଗୀଙ୍କ ପାଇଁ କିଛି ପନିପରିବା ଖାଇବା ମଧ୍ୟ ଲାଭଦାୟକ ଅଟେ । ଯେପରିକି ରସୁଣ, ଅଦା, ବ୍ରୋକୋଲି, ପାଳଙ୍ଗ, ଟମାଟୋ ଏବଂ କଖାରୁ ଆଦି ପରିବା ଏହି ରୋଗକୁ ଉପସମ କରିପାରିବ।
ନିମ୍ନଲିଖିତ ଖାଦ୍ୟ ଖାଇବା ଅନୁଚିତ
ଥଣ୍ଡା ଖାଦ୍ୟ ଓ ପାନୀୟ
ଅତ୍ୟଧିକ ଥଣ୍ଡା ଖାଦ୍ୟ କିମ୍ବା ଥଣ୍ଡା ପାଣି ଖାଇବା ଠାରୁ ଦୂରେଇ ରହିବା ଦରକାର।
ମଇଦାରେ ତିଆରି ଖାଦ୍ୟ
ମଇଦାରେ ତିଆରି ଖାଦ୍ୟ ଯେପରିକି ବିସ୍କୁଟ, ସ୍ନାକ୍ସ ଏବଂ ଚିପ୍ସ ଇତ୍ୟାଦି ଏହି ରୋଗୀଙ୍କ ପାଇଁ କ୍ଷତିକାରକ ହୋଇପାରେ | ମଇଦା ତିଆରି ଖାଦ୍ୟ ଖାଇବା ଦ୍ବାରା ମୋଟାପଣ ବଢିଥାଏ ଏବଂ ଗ୍ୟାସ ସମସ୍ୟା ସୃଷ୍ଟି କରିଥାଏ, ଯାହାକି ଆଣ୍ଠୁ ଗଣ୍ଠି ବିନ୍ଧିବାର ମୁଖ୍ୟ କାରଣ ହୋଇପଡ଼େ।
Your method of explaining all in this paragraph is genuinely good, all can simply know it, Thanks a lot.