ଆଜିକାଲି ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ମୁଣ୍ଡବିଧା ସମସ୍ୟା ଦେଖିବାକୁ ମିଳୁଛି। ମୁଣ୍ଡବ୍ୟଥାକୁ ପ୍ରାୟତଃ ଲୋକମାନେ ସାଧାରଣ ସମସ୍ୟା ବୋଲି ଭାବି ନେଇଥାନ୍ତି । ପ୍ରତିଦିନର ପରିବର୍ତ୍ତନଶୀଳ ଜୀବନଶୈଳୀ ପାଇଁ ଏଭଳି ସମସ୍ୟା ଦେଖାଯାଇଥାଏ । କାମରେ ବ୍ୟସ୍ତ ରହୁଥିବାରୁ ଲୋକମାନେ ମୁଣ୍ଡବିନ୍ଧା ଭଳି ସମସ୍ୟାକୁ ଅଧିକ ଗୁରୁତ୍ୱ ଦେଇନଥାନ୍ତି । ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ସେମାନଙ୍କୁ ଅସୁବିଧାରେ ପକାଇଥାଏ । ଆସନ୍ତୁ ଜାଣିବା ସାଧାରଣ ଭଳି ଲାଗୁଥିବା ମୁଣ୍ଡବିନ୍ଧା କେଉଁ ଶାରୀରିକ ସମସ୍ୟାର ସମ୍ମୁଖୀନ କରାଇଥାଏ ।
ମୁଣ୍ଡବିନ୍ଧା ଷ୍ଟ୍ରୋକ୍ ହେବାର ପୂର୍ବ ଲକ୍ଷଣ ହୋଇଥାଏ । ଏହି ସମସ୍ୟା ହେବାକୁ ଥିଲେ ଆରମ୍ଭରୁ ମୁଣ୍ଡ ଜୋରରେ ବିନ୍ଧା ହୋଇଥାଏ । ପରେ ବାନ୍ତି ହେବା, ଖାଇବାକୁ ଇଚ୍ଛା ନହେବା ଭଳି ସମସ୍ୟା ଦେଖାଯାଇଥାଏ। ଯେତେବେଳେ ମସ୍ତିଷ୍କର କୌଣସି ଅଂଶରୁ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇ ନଥାଏ, ସେତେବେଳେ ଷ୍ଟ୍ରୋକ୍ ଭଳି ସମସ୍ୟା ଦେଖାଯାଇଥାଏ ।
ପ୍ରତିଦିନ ମୁଣ୍ଡ ବିନ୍ଧା ହେବା ଏବଂ ବିନା ଔଷଧରେ ଭଲ ନହେବା ଭଳି ସମସ୍ୟା ମାଇଗ୍ରେନର ଲକ୍ଷଣ ହୋଇଥାଏ । ଏହି ସମସ୍ୟା ହେଲେ ମୁଣ୍ଡର ଏକ ଭାଗରେ ଜୋରରେ କମ୍ପନ ହେଉଥିବା ଭଳି ଅନୁଭବ ହୋଇଥାଏ । ଶରୀରରେ ଜଳୀୟ ଅଂଶ କମ ହେଲେ ମଧ୍ୟ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖାଯାଇଥାଏ । କେବଳ ଖରାଦିନେ ନୁହେଁ । ବରଂ ଶୀତ ଦିନେ ମଧ୍ୟ ଶରୀରକୁ ଅଧିକ ପାଣି ଦରକାର ହୋଇଥାଏ । ଯାହା ପାଇଁ ପ୍ରତିଦିନ ଏବଂ ପ୍ରତି ଋତୁରେ ଅତି କମରେ ୮-୧୦ ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ ।
More Stories
ଆଣ୍ଠୁ ଗଣ୍ଠି ବିନ୍ଧାର ଅବ୍ୟର୍ଥ ଔଷଧ
ନିମିଶକେ ଦୂରାନ୍ତୁ ଗ୍ୟାସଟିକ୍ ସମସ୍ୟା
ଶିଶୁ କିମ୍ବା ବୃଦ୍ଧଙ୍କ ସ୍ମରଣ ଶକ୍ତି ହ୍ରାସ ଯୋଗୁଁ ଚିନ୍ତିତ କି..