ଅଧିକାଂଶ ପୁରୁଷ ଟଙ୍କା, କାର୍ଡ ଇତ୍ୟାଦି ରଖିବା ପାଇଁ ପର୍ସ ବ୍ୟବହାର କରନ୍ତି। ଦେଖାଯାଏ ଯେ ଅଧିକାଂଶ ପୁରୁଷ ନିଜ ପର୍ସକୁ ନିଜ ଜିନ୍ସ କିମ୍ବା ପ୍ୟାଣ୍ଟ୍ର ପଛ ପକେଟରେ ରଖନ୍ତି। ବେଳେବେଳେ ଏହି ପର୍ସ ବହୁତ ଭାରୀ ହୋଇଯାଏ, ଯେଉଁଥିପାଇଁ ବସିବାରେ ବହୁତ ଅସୁବିଧା ହୁଏ। ତା’ପରେ ମଧ୍ୟ ଲୋକମାନେ ଏହାକୁ ପଛ ପକେଟରେ ରଖି ବେପରୁଆ ଭାବରେ ବସନ୍ତି। କିନ୍ତୁ, ଆପଣ ଜାଣନ୍ତି କି ଏପରି କରିବା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ? କେବଳ ଚୋରି ନୁହେଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ପର୍ସକୁ ପଛ ପକେଟରେ ରଖିବା ଅତ୍ୟନ୍ତ ବିପଜ୍ଜନକ ଅଟେ। ପଛ ପକେଟରେ ପର୍ସ ରଖିବାର ଏହି ଅଭ୍ୟାସ ଶରୀରର ଅନେକ ଅଙ୍ଗକୁ କ୍ଷତି ପହଞ୍ଚାଇପରେ। ଏହା ଆପଣଙ୍କ ଶରୀରକୁ କିପରି କ୍ଷତି ପହଞ୍ଚାଉଛି ଆସନ୍ତୁ ଜାଣିବା…
ବିଜନେସ୍ ଇନସାଇଡର୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯଦି କାହାର ପଛ ପକେଟରେ ପର୍ସ ରଖିବାର ଏପରି ଅଭ୍ୟାସ ଅଛି, ତେବେ ସେ ତୁରନ୍ତ ଏହି ଅଭ୍ୟାସକୁ ବଦଳାଇଦେବା ଉଚିତ୍। କାରଣ ଏହି ଅଭ୍ୟାସ ଆପଣଙ୍କ ବସିବା ସ୍ଥିତି ଓ ପିଠି ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ଡାକ୍ତର ଆର୍ନି ଆଙ୍ଗ୍ରିଷ୍ଟ ‘ହଫିଙ୍ଗଟନ୍ ପୋଷ୍ଟ’କୁ କହିଛନ୍ତି ଯେ, ପର୍ସକୁ ପଛ ପକେଟରେ ରଖି ବସିବା ସମୟରେ ଅସନ୍ତୁଳନ ସୃଷ୍ଟି କରିଥାଏ, ଯାହା ନିତମ୍ବ ଓ ପେଲଭିସ୍ ପାଇଁ କ୍ଷତିକାରକ। ପେଲଭିସ୍ ହେଉଛି ଏକ ବେସିନ ଆକୃତିର ଗଠନ ଯାହା ଶରୀରରେ ମେରୁଦଣ୍ଡ ଓ ପେଟର ଅଙ୍ଗକୁ ସମର୍ଥନ କରିଥାଏ।
ଏହା ବ୍ୟତୀତ ପଛ ପକେଟରେ ପର୍ସ ରଖିବାର ଅଭ୍ୟାସ ଆହୁରି ଅନେକ ସମସ୍ୟା ସୃଷ୍ଟି କରିଥାଏ । ଏହା ଅଷ୍ଟିଓଆର୍ଥ୍ରାଇଟିସ୍, ଅଷ୍ଟିଓପୋରୋସିସ୍ ରୋଗର ଆଶଙ୍କା ମଧ୍ୟ ବଢ଼ାଇଥାଏ। ଯଦି କେହି ଦୀର୍ଘ ସମୟ ଧରି ଏହା କରିଆସୁଛନ୍ତି, ତେବେ ଏହା ଗଣ୍ଠି ଯନ୍ତ୍ରଣା ମଧ୍ୟ ଦେଇଥାଏ। ଏହା ନୁହେଁ ଯେ କେବଳ ମୋଟା କିମ୍ବା ବଡ ପର୍ସ ଏହି କ୍ଷତି ଘଟାଇଥାଏ, ଏକ ଛୋଟ ପର୍ସ ମଧ୍ୟ ସାଇଟିକା ଯନ୍ତ୍ରଣା ଦେଇପାରେ। ରିପୋର୍ଟ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କ ପଛ ପକେଟରେ ପର୍ସ ଥାଏ ଏବଂ ସେ ଏହା ଉପରେ ବସି ୩୦ ମିନିଟ୍ ପାଇଁ କାର୍ କରନ୍ତି, ତେବେ ତାଙ୍କୁ ପିଠି ଯନ୍ତ୍ରଣା କିମ୍ବା ସାଇଟିକ୍ ଯନ୍ତ୍ରଣା ହେବାର ସମ୍ଭାବନା ଥାଏ।
More Stories
12ଟି ରାଶି ଉପରେ କଣ ରହିବ ମହାଶିବରାତ୍ରିର ପ୍ରଭବ
ଜାଣନ୍ତୁ ଶିବରାତ୍ରିର ପୂଜା ବିଧି, ମନ୍ତ୍ର, ସମୟ, ଉପବାସର ସମ୍ପୂର୍ଣ୍ଣ ନିୟମ
ଜାଣନ୍ତୁ ମହାଶିବରାତ୍ରି ଉପବାସ ନୀତି