ଆମେ ନିଜର ତ୍ବଚା ଓ କେଶକୁ ସୁସ୍ଥ ରଖିବାକୁ ବିଭିନ୍ନ ପ୍ରକାରର ରସାୟନିକ ପଦାର୍ଥ ବ୍ୟବହାର କରିଥାନ୍ତି। ହେଲେ ଏପରି କିଛି ପ୍ରାକୃତିକ ଜିନିଷ ଅଛି, ଯାହାକୁ ବ୍ୟବହାର କରି ଆମେ ଅତୁଟ ସୌନ୍ଦର୍ଯ୍ୟ ପାଇପାରିବା।
ଆଲୋବେରାକୁ ଆପଣ ଯଦି ଯାଦୁକରୀ ଉଦ୍ଭିଦ ବୋଲି କହିବେ ତାହାଲେ ବି ଭୁଲ୍ ହେବ ନାହିଁ। କାହିଁକି ନା, ଏହି ଗୋଟାଏ ଜିନିଷ ଅନେକ କାମରେ ଆସିଥାଏ। ଆଲୋବେରାକୁ ଆପଣ ତ୍ବଚା, କେଶ ସହ ଶରୀରରେ ହୋଇଥିବା ଖଣ୍ଡିଆ ସ୍ଥାନରେ ବି ବ୍ୟବହାର କରିପାରିବେ। ଛୋଟ ଧରଣର ଖଣ୍ଡିଆ କିମ୍ବା ପୋଡ଼ା ସ୍ଥାନରେ ଆଲୋବେରା ଲଗାଇ ଉପଶମ ପାଇହେବ।
ଯଦି ଆପଣ ଗୋଟାଏ ଗଛରୁ ଅନେକ ପ୍ରକାରର ସୁବିଧା ପାଇବା ପାଇଁ ଇଛୁକ ତେବେ ଆଲୋବେରା ନିଜ ଘର ଛାତରେ କିମ୍ବା ବାଡ଼ିରେ ନିଶ୍ଚୟ ଲଗାନ୍ତୁ।
ଚିନ୍ତା କରନ୍ତୁ ନାହିଁ, ଯଦି ଆପଣଙ୍କ ଘରେ ଆଲୋବେରା ଗଛ ଉପଲବ୍ଧ ନାହିଁ ତେବେ ବଜାରରୁ ମିଳୁଥିବା ଆଲୋବେରା ଜେଲ୍ କିଣି ଆଣିପାରିବେ।
ଆଲୋବେରାକୁ ଆପଣ ଜୁସ୍ କରି ପିଇପାରିବେ। ଏହାକୁ ପିଇବା ଦ୍ବାରା ଆପଣଙ୍କ ଶରୀରରେ ଆଦ୍ରତା ଠିକ୍ ଭାବେ ବଜାୟ ରହିବା ସହ କୋଷ୍ଠକାଠିନ୍ୟ ଓ ପେଟ ଜନିତ ଅନେକ ରୋଗ ଭଲ ହୋଇଯିବ।
ଆଲୋବେରା ଜେଲ୍ରେ ପାଟି କୁଳି କରନ୍ତୁ। ଏହା ମାଉଥ୍ ୱାସ୍ର କାମ ଦେବ।
ଖରାରେ ବୁଲି ତ୍ବଚା ଟ୍ୟାନ୍ ହୋଇ ଯାଇଥିଲେ ମୁହଁରେ ଦୈନିକ ଆଲୋବେରା ଘସନ୍ତୁ। ଦେଖିବେ କିଛି ଦିନ ଭିତରେ ମୁହଁ ଉଜ୍ଜ୍ବଳ ଦିଶିବ।
ଥ୍ରେଡିଂ କିମ୍ବା ୱାକ୍ସିଂ ପରେ ଆଲୋବେରାକୁ ସେହି ସ୍ଥାନରେ ଲଗାନ୍ତୁ। ତ୍ବଚା ଆଉ ଜଳିବ ନାହିଁ।
ଏହାକୁ କେଶ ମୂଳରେ ଲଗାଇଲେ କେଶ ସବଳ ହେବା ସହ ଝଡ଼ିବା ମଧ୍ୟ କମ୍ ହୋଇଥାଏ।
ମେକ୍ଅପ୍ ଛଡ଼ାଇବା ପାଇଁ ମଧ୍ୟ ଆପଣ ଆଲୋବେରା ବ୍ୟବହାର କରିପାରିବେ।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା