ମିଠା ଓ ଖଟାର ଫଳ ହେଉଛି ତେନ୍ତୁଳି। ବିଶ୍ବ ସାରା ଲୋକେ ଏହାକୁ ବିଭିନ୍ନ ପ୍ରକାର ଖାଦ୍ୟରେ ବ୍ୟବହାର କରିଥାନ୍ତି। କେବଳ ସ୍ବାଦ ଦୃଷ୍ଟିରୁ ନୁହେଁ, ତେନ୍ତୁଳିର ଅନେକ ଉପକାରୀ ଗୁଣ ମଧ୍ୟ ରହିଛି। ଏହା ସ୍ବାଦିଷ୍ଟ ହେବା ସହ ସୁସ୍ଥକର ମଧ୍ୟ। ଆପଣ ଏହାକୁ ତରକାରୀ, ଚଟଣିରେ ପକାଇ ଖାଆନ୍ତୁ କିମ୍ବା ସିଧାସଳଖ ଖାଇପାରନ୍ତି। ଏହାର ଅନେକ ଉପକାରୀ ଗୁଣ ରହିଛି।
ତେନ୍ତୁଳି ଖାଇବା ଦ୍ବାରା ଅତ୍ୟଧିକ ଚର୍ବି କମ୍ ହୋଇଥାଏ। ଓଜନ ହ୍ରାସ କରିବାକୁ ଚାହୁଁଥିଲେ ଏହାକୁ ଆପଣ ନିଜ ଖାଦ୍ୟରେ ସାମିଲ୍ କରିପାରିବେ। ନିତିଦିନ କିଛି କିଛି ତେନ୍ତୁଳି ଖାଇବା ଦ୍ବାରା ଓଜନକୁ ଆୟତ୍ତରେ ରଖାଯାଇ ପାରେ।
ଦୈନନ୍ଦିନ ତେନ୍ତୁଳି ଖାଇବା ଦ୍ବାରା ରକ୍ତରେ ଶର୍କରା ଭାଗକୁ ନିୟନ୍ତ୍ରଣ କରାଯାଇପାରେ। ମଧୁମେହ ରୋଗୀଙ୍କ ପାଇଁ ତେନ୍ତୁଳି ଖାଇବା ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ।
ତେନ୍ତୁଳି ଖାଇବା ଦ୍ବାରା ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। କୋଷ୍ଠକାଠିନ୍ୟ ଓ ଡାଇରିଆ ଆଦି ସମସ୍ୟା ପାଇଁ ମଧ୍ୟ ଏହା ଔଷଧ ପରି କାମ କରିଥାଏ।
ତେନ୍ତୁଳି ଖାଇଲେ ହୃତ୍ପିଣ୍ଡ୍ ଭଲ ରହିଥାଏ। ହୃଦ୍ରୋଗୀମାନେ ଏହାକୁ ଖାଇଲେ ଭଲ। ଏହା ଶରୀରରେ କୋଲେଷ୍ଟ୍ରଲ୍ ସ୍ତରକୁ ନିୟନ୍ତ୍ରଣରେ ରଖେ।
ତେନ୍ତୁଳି ଯକୃତ ପାଇଁ ମଧ୍ୟ ଭଲ ହୋଇଥାଏ। ଏହାକୁ ଖାଇଲେ ଯକୃତ ସଂପର୍କିତ ରୋଗ ହେବାର ସମ୍ଭାବନା ଖୁବ୍ କମ୍।
ବିଭିନ୍ନ ପ୍ରକାରର ଆଲର୍ଜିରୁ ଏହା ରକ୍ଷା କରେ। ଦୈନନ୍ଦିନ ତେନ୍ତୁଳି ଖାଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଆଲର୍ଜି ସମସ୍ୟା ପ୍ରାୟତଃ ନଥାଏ।
ଆପଣ ତେନ୍ତୁଳି ରସକୁ ମଧ୍ୟ ପିଇପାରନ୍ତି। ଏହାର ବି ଖୁବ୍ ଭଲ ଗୁଣ ରହିଛି।
More Stories
magic of sugarcane juice ଆଖୁରସର ଚମତ୍କାରୀତା
କାହିଁକି ଟ୍ରେଣ୍ଡରେ ଏହି ସବୁଡ ଚା
ଆପଣଙ୍କ ତ୍ବଚା ବିନା କାରଣରେ ମଳିନ ଦେଖାଯାଉଛି କି