ଏପରି ଅନେକ ଫଳ ଅଛି, ଯାହାକୁ ଖାଇବା ଦ୍ୱାରା ମୋଟାପା ଦୂରେଇ ଯାଇଥାଏ। ଅର୍ଥାତ ଫ୍ୟାଟ୍ ଫ୍ରି ଫ୍ରୁଟ୍ସ। କୋଲେଷ୍ଟ୍ରଲ୍ ବି କମ୍ ରହିଥାଏ। ଡାକ୍ତରମାନେ ପରାମର୍ଶ ଦିଅନ୍ତି କି ଦୈନିକ କିଛି କିଛି ଫଳ ଖାଇବା ଦ୍ୱାରା ହୃଦ୍ରୋଗ ଏବଂ ଷ୍ଟ୍ରୋକ୍ ଆଶଙ୍କା କମ୍ ହୋଇଥାଏ। ମାତ୍ର ଏହି ଆଶଙ୍କା ଦୂର କରିବାକୁ ଆପଣଙ୍କୁ ପଟାସିୟମ୍ଯୁକ୍ତ ଫଳ ଖାଇବାକୁ ହେବ। ଯେଉଁ ଫଳଗୁଡ଼ିକରେ ପଟାସିୟମ୍ ରହିଛି ତାହାକୁ ଖାଇଲେ କିଡ୍ନି ଷ୍ଟୋନ୍ ସମସ୍ୟା ବି କମ୍ ହୋଇଥାଏ।
ଆପଣ ନିଜର ଦୈନିକ ଡାଇଟ୍ରେ କିଛି ବି ଫଳ ସାମିଲ୍ କରନ୍ତୁ। ପାରୁଛନ୍ତି ଯଦି ଫଳ ପରିବର୍ତ୍ତନ କରନ୍ତୁ। ମାତ୍ର ସକାଳ ଖାଇବାରେ ଫଳ ସାମିଲ୍ କରିବାକୁ ଭୁଲନ୍ତୁ ନାହିଁ। ସକାଳ ଖାଇବାରେ କଦଳୀ ସାମିଲ୍ କଲେ ଖୁବ୍ ଭଲ। କଦଳୀରେ ପ୍ରଚୁର ପରିମାଣର ଆଇରନ୍ ରହିଛି। ଯାହାକି ଶରୀର ପାଇଁ ଖୁବ୍ ଭଲ ହୋଇଥାଏ।
ସେଓ ଖାଇବା ବି ଶରୀର ପାଇଁ ଖୁବ୍ ଭଲ ହୋଇଥାଏ। ମାତ୍ର ମନେ ରଖନ୍ତୁ ସେଓ କେବେ ବି ଖାଲି ପେଟରେ ଖାଇବେ ନାହିଁ। କିଛି ଗୋଟେ ଖାଇ ସାରି ପେଟ ପୂରା କରି ସାରିବା ପରେ ଯାଇ ସେଓ ଖାଇଲେ ଭଲ। ଦୈନିକ ଗୋଟିଏ ସେଓ ଖାଇଲେ ଅନେକ ରୋଗ ଦୂରେଇ ଦେଇ ହେବ।
ନଡ଼ିଆ ବି ଖୁବ୍ ଉପକାରୀ ଫଳ। ଏହାକୁ ଦୈନିକ ନଖାଇ ପାରିଲେ ବି ଅନ୍ତତଃ ସପ୍ତାହକୁ ଥରେ ନିଶ୍ଚୟ ଖାଆନ୍ତୁ। ଏହି ଶ୍ରୀଫଳକୁ ଖାଇବା ଦ୍ବାରା ବି ଶରୀରକୁ ଅନେକ ଫାଇଦା ହୋଇଥାଏ।
More Stories
magic of sugarcane juice ଆଖୁରସର ଚମତ୍କାରୀତା
କାହିଁକି ଟ୍ରେଣ୍ଡରେ ଏହି ସବୁଡ ଚା
ଆପଣଙ୍କ ତ୍ବଚା ବିନା କାରଣରେ ମଳିନ ଦେଖାଯାଉଛି କି