January 11, 2026

ଓଡିଶା କଂଗ୍ରେସ ପ୍ରଭାରୀ ଦାୟିତ୍ବ ନେଲେ ଅଜୟ କୁମାର ଲଲ୍ଲୁ

ଓଡ଼ିଶା କଂଗ୍ରେସ ପ୍ରଭାରୀ ବଦଳିଛନ୍ତି। ଅଜୟ କୁମାରଙ୍କ ବଦଳରେ ଅଜୟ କୁମାର ଲଲ୍ଲୁଙ୍କୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଦାୟିତ୍ବ ମିଳିଛି। ଏଆଇସିସି ସାଧାରଣ ସଂପାଦକ କେ.ସି ଗେଣୁଗୋପାଳ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି। 

ଏଆଇସିସି ପକ୍ଷରୁ ୯ଟି ରାଜ୍ୟର ପ୍ରଭାରୀ ଓ ୨ ରାଜ୍ୟର ସାଧାରଣ ସଂପାଦକଭାବେ ଦାୟିତ୍ବ ବଣ୍ଟନ ହୋଇଛି। ଅଜୟ କୁମାର ଲଲ୍ଲୁଙ୍କୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଘୋଷଣା କରାଯାଇଛି। ଏହାସହ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ମଣିପୁର, ତ୍ରିପୁରା, ସିକ୍କିମ ଓ ନାଗାଲାଣ୍ଡ ଦାୟିତ୍ବ ଦିଆଯାଇଛି। ଏହାପୂର୍ବରୁ ଶ୍ରୀ ଉଲ୍ଲାକା ଝାଡ଼ଖଣ୍ଡର କଂଗ୍ରେସ ପ୍ରଭାରୀ ରହିଥିଲେ। ଶ୍ରୀ ଲଲ୍ଲୁ ଉତ୍ତରପ୍ରଦେଶରୁ ଦୁଇ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ୨୦୧୯ ମସିହାରେ ରାଜ ବବରଙ୍କୁ ହଟାଇ ତାଙ୍କୁ ଉତ୍ତରପ୍ରଦେଶର କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରାଯାଇଥିଲା। ଅଜୟ କୁମାରଙ୍କୁ ୨୦୨୩ ଡିସେମ୍ବରରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଭାବେ ଦାୟିତ୍ବ ଦିଆଯାଇଥିଲା।

SHARE BY