ଆପଣଙ୍କ ପରିବାରର କେହି ସଦସ୍ୟ ପ୍ରଚୁର ମଦ୍ୟପାନ କରୁଛନ୍ତି କି? କିମ୍ବା ଆପଣ ଅତ୍ୟଧିକ ମଦ୍ୟପାନ କରିଦେଇଛନ୍ତି ଓ ମଦ ନିଶାରୁ ମୁକୁଳିପାରୁନାହାନ୍ତି | ମଦ ପିଇବା ପରେ ହେଉଥିବା ହ୍ୟାଙ୍ଗଓଭର ଖସାଇବାକୁ ଚାଁହୁଛନ୍ତି କି ? ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଘରୋଇ ତୁଟୁକା ଚିକିତ୍ସା ବାବଦରେ କହିବୁ ଯାହାର ଉପଯୋଗ ମାତ୍ରେ ନିଶା କମିଯିବ | କାରଣ ଅତ୍ୟଧିକ ମଦ ପିଇବା ଦ୍ୱାରା ଅନେକ ସମୟରେ ହ୍ୟାଙ୍ଗଓଭର ବହୁତ ସମୟ ଧରି ରହିଥାଏ | ଏପରି ପରିସ୍ଥିତିରେ, ନିଜ ଉପରେ କୌଣସି ନିୟନ୍ତ୍ରଣ ରହିନଥାଏ ଏବଂ ବେଳେବେଳେ ଏହି କାରଣରୁ ଲଜ୍ଜାର ସମ୍ମୁଖୀନ ହେବାକୁ ପଡେ | ବେଳେବେଳେ ଏହା ମଧ୍ୟ ଦେଖାଯାଏ ଯେ ମଦ ନିଶା ଛାଡ଼ିଯାଇଥିଲେ ବି ମୁଣ୍ଡବିନ୍ଧା, ଆଖି ଲାଲ ଦେଖାଯିବା, ମାଂସପେଶୀ ଯନ୍ତ୍ରଣା, ଅତ୍ୟଧିକ ଶୋଷ ଲାଗିବା, ରକ୍ତଚାପ ବୃଦ୍ଧି, ଝାଳ ବୋହିବା ଭଳି ସମସ୍ୟା ଦେଖାଯାଇଥାଏ | ଏପରି ପରିସ୍ଥିତିରେ, ଯଦି ଆପଣ ନିଶା ଛଡ଼ାଇବାକୁ ଚାହାଁନ୍ତି, ତେବେ ଏହି ସବୁ ଘରୋଇ ଉପଚାର ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ |
ଲେମ୍ବୁ
ନିଶା ଖସେଇବା ପାଇଁ ଲେମ୍ବୁ ରସ ବହୁତ ସାହାଯ୍ୟ କରିଥାଏ | ଲେମ୍ବୁ ଚା ପିଇବା ଦ୍ୱାରା ହ୍ୟାଙ୍ଗଓଭର କମିଯାଇଥାଏ | ଲେମ୍ବୁ ରସ ଆଲକୋହଲକୁ ଶୋଷିନେଇଥାଏ ଏବଂ ତତକ୍ଷଣାତ୍ ଆରାମ ଦିଏ | ଏକ ଗ୍ଲାସ ଥଣ୍ଡା ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ ନିଶା କମିଯାଇଥାଏ |
ଅଦା
ନିଶା ଖସାଇବାକୁ ଅଦା ମଧ୍ୟ ବହୁତ ଉପଯୋଗୀ | ଅଦା ଆଲକୋହଲକୁ ଭଲ ଭାବରେ ହଜମ କରିଥାଏ, ଯେଉଁ କାରଣରୁ ନିଶା ଖସିଯାଏ |
ପୋଦିନା ପତ୍ର
ଗରମ ପାଣିରେ ୩ରୁ ୪ଟି ପୋଦିନା ପତ୍ର ମିଶାଇ ପିଇବା ଦ୍ୱାରା ନିଶା ଶେଷ ହୋଇଯାଇଥାଏ | ହ୍ୟାଙ୍ଗଓଭରରୁ ମୁକ୍ତି ପାଇବା ପାଇଁ ପୋଦିନା ହେଉଛି ସବୁଠାରୁ ସହଜ ଉପାୟ |
ମହୁ
ମଦ୍ୟପାନର ପାର୍ଶ୍ୱ ପ୍ରତିକ୍ରିୟା ଦୂର କରିବାରେ ମହୁ ପ୍ରଭାବଶାଳୀ | ଏଥିରେ ମେଟାବୋଲିଜିମ୍ ତ୍ୱରାନ୍ୱିତ କରିବାର କ୍ଷମତା ଅଛି, ଯେଉଁ କାରଣରୁ ଆଲକୋହଲ ସହଜରେ ହଜମ ହୁଏ ଏବଂ ହ୍ୟାଙ୍ଗଓଭର ବାହାରିଯାଇଥାଏ |
ଫଳ
ଯଦି ଆପଣ ହ୍ୟାଙ୍ଗଓଭରରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଫଳ ମଧ୍ୟ ଖାଇପାରିବେ | ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ନିଶାରୁ ମୁକ୍ତି ପାଇବା ପାଇଁ ଆପଲ୍ ଏବଂ କଦଳୀ ବହୁତ ସାହାଯ୍ୟ କରିଥାଏ। କଦଳୀ ସେକରେ ମହୁ ମିଶାଇ ପିଇବା ଦ୍ୱାରା ହ୍ୟାଙ୍ଗଓଭରରୁ ମୁକ୍ତି ମିଳିଥାଏ |
More Stories
ହଜାରେ ସମସ୍ୟାର ଗୋଟିଏ ସମାଧାନ
ମୁହଁରେ ଦାଗ ଓ ଗାତ ହୋଇଛି କି
ଓଜନ ନିୟନ୍ତ୍ରଣ କରିବାରେ ସୁପର ଫୁଡ୍ ତେନ୍ତୁଳି