August 27, 2025

26 ଷ୍ଟାଟଅପ୍ ଙ୍କୁ ସାମିଲ କଲା ଓ-ହବ୍

ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ଓ-ହବ୍‌ ଇନ୍‌କୁବେସନ୍ ସେଣ୍ଟର୍‌ରେ ୨୬ଟି ଉଦୀୟମାନ ଷ୍ଟାର୍ଟଅପ୍‌କୁ ସାମିଲ କରାଯାଇଛି। ପ୍ରାରମ୍ଭ ଓ-ହବ୍ ଇନ୍‌କୁବେସନ୍ ଇଣ୍ଡକ୍ସନ୍ ପ୍ରୋଗ୍ରାମ ଅଧୀନରେ ସେମାନଙ୍କୁ ଚୟନ କରାଯାଇଥିଲା। ରାଜ୍ୟରେ ନବସୃଜନକୁ ସୁଦୃଢ଼ କରିବା ଏବଂ ଷ୍ଟାର୍ଟଅପ୍‌ଗୁଡ଼ିକୁ ସଶକ୍ତ କରି ନୂତନ ଶିଖରରେ ପହଞ୍ଚାଇବା ଦିଗରେ ଏହାକୁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଭାବେ ବିଚାର କରାଯାଉଛି। ପ୍ରାୟ ଦୁଇ ବର୍ଷ ପରେ ଓ-ହବ୍‌ରେ ଇନ୍‌କୁବେସନ୍ ସୁବିଧା ଆରମ୍ଭ କରାଯାଇଛି। ଏହାକୁ ନେଇ ଓ-ହବ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ ପ୍ରଶାସନିକ ଅଧିକାରୀ କମଲଜିତ ଦାସ କହିଛନ୍ତି ଯେ ଷ୍ଟାର୍ଟଅପ୍‌ଗୁଡ଼ିକୁ ଏକ ସକ୍ଷମ ବ୍ୟବସ୍ଥା ପ୍ରଦାନ କରି ସେମାନଙ୍କୁ ସକ୍ଷମ କରିବାକୁ ଆମେ ଉତ୍ସର୍ଗୀକୃତ। ଏହି ଅବସରରେ ଷ୍ଟାର୍ଟଅପ୍‌ ଓଡ଼ିଶାର ମୁଖ୍ୟ ବିତ୍ତ ଅଧିକାରୀ ପ୍ରଫୁଲ୍ଲ ମଲ୍ଲିକ, ଇତିଶ୍ରୀ ପାଣିଗ୍ରାହୀ, ସୌମ୍ୟ ରଞ୍ଜନ ପଣ୍ଡା, ଶିବାଙ୍କିତ ଦାଶ ଉପସ୍ଥିତ ଥିଲେ। 

ଓ-ହବ୍‌ରେ ଯୋଡ଼ି ହୋଇଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ହେଛି ଅଗ୍ରୱାଲ୍ ଇଲାଇଟ୍‌, ଅମ୍ବୁଲା ଟେକ୍ନୋଲୋଜିସ୍, ଆସାନ୍ ଇନୋଭେସନ୍ ଆଣ୍ଡ୍‌ ରିସର୍ଚ୍ଚ, ଆର୍ଥଭିକ୍ଲାଉଡ୍‌, ବେବିକ୍ୟୁ, ବ୍ରାଣ୍ଡ୍‌ ଓଡ଼ିଶା ୨୪୭, ବ୍ରାଉନ୍‌ବ୍ରେଡ୍‌, ଡେଫିକୋ ସଲ୍ୟୁସନ୍ସ ୪ୟୁ, ଇକୋରାଇଜ୍ ଟେକ୍ନୋଲୋଜିସ୍, ଇଭି ଗରାଜ୍, ଗାମିକ୍ ଟେକ୍ନୋଲୋଜିସ୍, ଗ୍ରସ୍‌ସ୍କାଏ ସଫ୍ଟୱେର ସର୍ଭିସେସ୍, ହାପିନେସ୍ ଅଣ୍ଡର ବଜେଟ୍‌ ରିଟେଲ୍‌, ହାୟାରକର୍ମ, ଜେଠୀ ଫୁଡ୍‌ସ ଆଣ୍ଡ୍‌ ବେଭରେଜେସ୍‌, କୋଡେକା ରୋମାସ୍ ଟେକ୍ନୋଲୋଜିସ୍, ମୋ ଇଙ୍କ୍‌ ଏନ୍ ଡାଇଜ୍‌, ମୋନାଡ ଲାଇଫ୍‌ ସଲ୍ୟୁସନ୍ସ, ଅନ୍‌ବୋର୍ଡସ୍‌ କନଷ୍ଟ୍ରକ୍ସନ, ପ୍ରିଲିଓ ଟେ‌କ୍ନୋଲୋଜିସ୍, ସାଇନକ୍ସ ସଫ୍ଟୱେର, ସାଲୁନୱାଲେ, ସଲିଡରନ୍, ତନୁମାନସ ରିସର୍ଚ୍ଚ, ଟେଷ୍ଟ କ୍ବେଷ୍ଟ ଇ-ଲର୍ଣ୍ଣିଂ ଓ ଭାଉକ୍ସର ଏଣ୍ଟରପ୍ରାଇଜେସ୍।

SHARE BY