The Topmost

“The eyes believe themselves, the ears believe other people.”

ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ

ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ। ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଆମର ଅର୍ଥନୀତି ସମସ୍ତ ପ୍ରମୁଖ ଅର୍ଥନୀତି ମଧ୍ୟରେ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଗତ ୧୦ ବର୍ଷ ଧରି ଆମର ବିକାଶ ଟ୍ରାକ ରେକର୍ଡ ବିଶ୍ୱରେ ଦୃଷ୍ଟି ଆକର୍ଷଣ କରିଛି। ଏହି ବଜେଟରେ ୧୦ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଗରିବ, ଯୁବକ, ଅନ୍ନଦାତା, ଓମେନ୍‌ ଇନ ଇଣ୍ଡିଆକୁ ଆହୁରି ଆଗକୁ ବଢ଼ାଇବା ଓ MSME ଆଦି ଫୋକସରେ ରହିଛି। ପ୍ରଧାନମନ୍ତ୍ରୀ ଧନ୍ୟ ଧାନ କୃଷି ଯୋଜନା-କୃଷି ଜିଲା ବିକାଶ କାର୍ଯ୍ୟକ୍ରମ। ଆମ ସରକାର ରାଜ୍ୟଗୁଡ଼ିକ ସହିତ ସହଭାଗୀତାରେ ଧନ୍ୟ କୃଷି ଯୋଜନା ହାତକୁ ନେବ। ଏହି କାର୍ଯ୍ୟକ୍ରମ ଜରିଆରେ ୧.୭ କୋଟି ଚାଷୀ ଉପକୃତ ହେବେ।
ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ MSME ବିକାଶର ଦ୍ବିତୀୟ ଇଞ୍ଜିନ ଭାବେ ନିଆଯାଇଛି। ୭.୫ କୋଟି MSME କର୍ମଚାରୀଙ୍କ ଉପରେ ଫୋକସ କରାଯାଉଛି। MSME କ୍ଷେତ୍ର ପାଇଁ ଅଧିକ ଋଣ ମଞ୍ଜୁରୀ କରାଯିବ। ଯୁବକଙ୍କୁ MSME ଦ୍ବରା ଅଧିକ ନିଯକ୍ତି ଦିଆଯିବ। ଅଣଚମଡ଼ା ଶିଳ୍ପ ଉପରେ ଏଥର ଫୋକସ ରହିଛି। ଅଣଚମଡ଼ା ଶିଳ୍ପ ଦ୍ବାରା ୨୨ ଲକ୍ଷ ଉପକୃତ ହେବେ।
ଖେଳନା ତିଆରି ଶିଳ୍ପକୁ ଅଧିକ ଗୁରୁତ୍ୱ ଦିଆଯିବ। ଭାରତ ହେବ ଖେଳନା ଶିଳ୍ପର ଗ୍ଲୋବାଲ ହବ୍‌ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେହିପରି ସକ୍ଷମ ଅଙ୍ଗନବାଡି ଯୋଜନା ଦ୍ବାରା ୮ କୋଟି ପିଲା ଉପକୃତ ହେବେ ୧ କୋଟି ଗର୍ଭବତୀ ମହିଳା, ୨୦ ଲକ୍ଷ ଅପପୁଷ୍ଟି ପିଲା ଉପକୃତ ହେବେ। ୧୦ ବର୍ଷରେ ମେଡିକାଲ ସିଟ ୧.୧ ଲକ୍ଷ ବୃଦ୍ଧି ଘଟିଛି। ସବୁ ଜିଲ୍ଲା ହସ୍ପିଟାଲ୍‌ରେ କ୍ୟାନ୍ସର ଚିକିତ୍ସା କେନ୍ଦ୍ର ରହିବ। ଆସନ୍ତା ୩ ବର୍ଷରେ ଲକ୍ଷ୍ୟ ପୂରଣ କରାଯିବ।

SHARE BY