August 10, 2025

ସରଣାର୍ଥୀଙ୍କ ସ୍ବପ୍ନ ଭାଙ୍ଗିଦେଲେ ଟ୍ରମ୍ପ୍

ଜାନୁଆରୀ ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଗୋଟିଏ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମାରେ ଦସ୍ତଖତ କରିଛନ୍ତି। ଏହି ନିର୍ଦ୍ଦେଶନାମାରେ ଦସ୍ତଖତ କରି ଟ୍ରମ୍ପ ଆମେରିକାରେ ଦୀର୍ଘ ବର୍ଷ ହେଲା ପ୍ରଚଳିତ ଶରଣାର୍ଥୀ ପୁନର୍ବାସ କାର୍ଯ୍ୟକ୍ରମକୁ ରଦ୍ଦ କରି ଦେଇଛନ୍ତି।

ଟ୍ରମ୍ପଙ୍କ ଏପରି ପଦକ୍ଷେପ ପରେ ଆମେରିକାରେ ଶରଣ ନେବାକୁ ଚାହୁଁଥିବା ହଜାର ହଜାର ଲୋକ ବିଶ୍ୱର ବିଭିନ୍ନ ସ୍ଥାନରେ ଫସି ଯାଇଛନ୍ତି। ସେମାନେ ଆମେରିକାକୁ ନେଇ ଦେଖିଥିବା ସ୍ୱପ୍ନ ସବୁ ଚୂରମାର ହୋଇଯାଇଛି।

ଯୁଦ୍ଧ ଓ ଉତ୍ପୀଡ଼ପକୁ ସହ୍ୟ ନ କରିପାରି ନିଜ ନିଜ ଦେଶ ଛାଡ଼ିଥିବା ଶରଣାର୍ଥୀଙ୍କୁ ଆମେରିକାରେ ରହିବାକୁ ମଞ୍ଜୁରୀ ମଧ୍ୟ ମିଳି ସାରିଥିଲା। କିନ୍ତୁ ଟ୍ରମ୍ପଙ୍କ ଗୋଟିଏ ଦସ୍ତଖତ ସେମାନଙ୍କୁ ସମସ୍ୟାରେ ପକାଇ ଦେଇଛି। ଏମାନଙ୍କ ମଧ୍ୟରେ ୧୬୦୦ରୁ ଅଧିକ ଆଫଗାନ ରହିଛନ୍ତି। ଏହି ଆଫଗାନମାନେ ତାଲିବାନ ବିରୋଧୀ ଯୁଦ୍ଧରେ ଆମେରିକାର ସହାୟତା କରିଥିଲେ।

SHARE BY