ସବୁ ରୋଗର ଔଷଧ ଶୋରିଷ ତେଲ

ଆମ ଭାରତୀୟମାନଙ୍କର ସୋରିଷ ତେଲ ଭାରି ପ୍ରିୟ। ପ୍ରତ୍ୟେକଙ୍କ ରୋଷେଇ ଘରେ ଏହି ତେଲ୍‌ ନିଶ୍ଚୟ ରହିଥା‌ଏ। ଏପରି କିଛି ରୋଗ ଅଛି ଯାହାର ନିରାକରଣ ପାଇଁ ସୋରିଷ ତେଲ ଅବ୍ୟର୍ଥ ଔଷଧ ଭାବେ କାର୍ଯ୍ୟ କରେ। ଅଚାନକ ଏପରି ଅନେକ ସମସ୍ୟା ହୁଏ, ଯାହାର ଉପଶମ ପାଇଁ ପାଖରେ ଔଷଧ ନଥାଏ। ସେହି କ୍ଷେତ୍ରରେ ଆପଣ ସୋରିଷ ତେଲକୁ ଭରସା କରିପାରିବେ। ତେବେ, ଚାଲନ୍ତୁ ଜାଣିବା କେଉଁ କେଉଁ କ୍ଷେତ୍ରରେ ଆମେ ସୋରିଷ ତେଲର ଉପଯୋଗ କରିପାରିବା।

ଟିକେ ଥଣ୍ଡା କିମ୍ବା କାଶ ହେଲେ ଘରେ ମାଆ, ଜେଜେମାଆମାନେ ସୋରିଷ ତେଲକୁ ଫୁଟାଇ ଗୋଡ଼ରେ ମାଲିସ୍‌ କରିଥାନ୍ତି। ବାସ୍ତବ କଥାଟି ହେଉଛି ଥଣ୍ଡା କାଟିବା ପାଇଁ ଏହାଠାରୁ ଭଲ ଉପାୟ ଆଉ କିଛି ହୋଇନପାରେ।

ଗାଧୋଇବା ପୂର୍ବରୁ ନାଭିରେ ତେଲ୍‌ ଲଗାଇ ଗାଧାନ୍ତୁ। ଫଳରେ ବିଭିନ୍ନ ପ୍ରକାରର ପେଟ ସମସ୍ୟା ଦୂର ହୋଇଥାଏ। ମୁହଁକୁ ହାଲୁକା ଉଷୁମ ପାଣିରେ ଧୋଇ ଦେବା ପରେ ଅଳ୍ପ ଟିକେ ସୋରିଷ ତେଲ୍‌ ହାତରେ ନେଇ ମୁହଁ ସାରା ମାଲିସ୍‌ କରନ୍ତୁ ତ୍ୱଚାର ଔଜଲ୍ୟତା ବୃଦ୍ଧି ପାଇବ।

କେଶର ରଙ୍ଗ ଗାଢ଼ କଳା ଚାହୁଁଥିଲେ ସପ୍ତାହକୁ ୨ ଥର ସୋରିଷ ତେଲ୍‌ ଲଗାଇ ଅଧଘଣ୍ଟା ପରେ କେଶ ସଫା କରନ୍ତୁ। ଦେଖିବେ କିଛି ମାସ ଏପରି କରିବା ଦ୍ୱାରା କେଶର ରଙ୍ଗ ଅପେକ୍ଷାକୃତ କଳା ହୋଇଯିବ। ଯଦି ଦୂର ସ୍ଥାନରୁ ଯାତ୍ରା ସାରି ଫେରିଛନ୍ତି ଦେହ ପୀଡ଼ା କମାଇବା ପାଇଁ ସୋରିଷ ତେଲ ଲଗାଇ ମାଲିସ୍‌ କରିଲେ ଉପଶମ ମିଳିଥାଏ।

SHARE BY