February 15, 2026

ଦହିର ଚମତ୍କାରୀ ଦୁଣ..

ପ୍ରତ୍ୟେକ ଖାଦ୍ୟରେ କିଛି ନା କିଛି ଭଲ ଗୁଣ ରହିଛି। ମାତ୍ର ଏପରି କିଛି ଖାଦ୍ୟ ରହିଛି, ଯେଉଁଥିରୁ ଆପଣଙ୍କୁ ଏକାସାଙ୍ଗରେ ଅନେକ ଗୁଡ଼ାଏ ଲାଭ ମିଳିଥାଏ। ସେପରି ଏକ ଖାଦ୍ୟ ହେଉଛି ଦହି। ଦହିକୁ ଆପଣ ଖାଲି ଖାଦ୍ୟ ନୁହେଁ, ପାନୀୟ ଭାବେ ବି ନେଇ ପାରନ୍ତି। ଏହାକୁ ଖାଇଲେ ବା ପିଇଲେ ନାନା ଧରଣର ଶାରୀରିକ ସମସ୍ୟାରୁ ମୁକ୍ତି ମିଳେ।

ପ୍ରଥମତଃ ଦହି ଖାଇଲେ ଆପଣଙ୍କ ଖାଦ୍ୟ ହଜମ ବହୁତ ଭଲ ଭାବେ ‌ହୋଇଥାଏ। ଦହିରେ ରହିଥିବା ଭଲ ବାକ୍ଟେରିଆ ଖାଦ୍ୟକୁ ସହଜରେ ହଜମ କରିବ‌ାରେ ସାହାଯ୍ୟ କରିଥାଏ।

ଦହିରେ ରହିଥିବା ଭଲ ବାକ୍ଟେରିଆ କେବଳ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ ତାହା ନୁହେଁ, ବରଂ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଦହିରେ ଥିବା କ୍ୟାଲ୍‌ସିୟମ୍‌ ଏବଂ ଫସ୍‌ଫରସ୍‌ ମଣିଷର ହାଡ଼ ଓ ଦାନ୍ତକୁ ମଜବୁତ କରିଥାଏ।

ଆପଣ ଓଜନ କମାଇବାକୁ ଚାହୁଁଥିଲେ ବି ପ୍ରତିଦିନ ଦହି ଖାଇପାରନ୍ତି। ଦହି ଖାଇବା ଦ୍ବାରା ନିଦ୍ରାହୀନତା ଏବଂ ମସ୍ତିଷ୍କ ବିଚଳିତ ରହିବା ହ୍ରାସ ପାଇଥାଏ। ତ୍ବଚା ପାଇଁ ମଧ୍ୟ ଦହି ଖୁବ୍‌ ଭଲ। ଦହି ଖାଇବା ଦ୍ବାରା ତ୍ବଚା ଯୁବା ଯୁବା ଦିଶିଥାଏ। ମୁଖମଣ୍ଡଳରେ ପଡୁଥିବା ରିଙ୍କ୍‌ଲ ବି ଦହି ଖାଇବା ଦ୍ବାରା କମ୍‌ ହୋଇଥାଏ। କେବଳ ସେତିକି ନୁହେଁ, ମୁହଁରେ ପଡୁଥିବା କଳା ଦାଗ ବି କମ୍‌ ହୋଇଥାଏ ଦହି ଖାଇବା ଦ୍ବାରା। ଏହାକୁ ମୁଣ୍ଡରେ ଲଗାଇଲେ ରୁପି ସମସ୍ୟା ଦୂର ହୋଇଥାଏ। ଚିକ୍କଣ ତ୍ବଚା ପାଇଁ ଆପଣ ମୁହଁରେ ବି ଲଗାଇପାରିବେ।

SHARE BY