କଫି ପାନୀୟ ଶରୀରରେ ସ୍ଫୂର୍ତ୍ତି ଜଗାଇବା ପାଇଁ ଉଦ୍ଦିଷ୍ଟ, କିନ୍ତୁ ଏଥିରେ ଥିବା ସ୍ବାସ୍ଥ୍ୟ ହାନିକାରକ ଉପାଦାନ ‘କ୍ୟାଫିନ୍’ ସ୍ବାସ୍ଥ୍ୟ ସଚେତନ ବ୍ୟକ୍ତିଙ୍କୁ ଚିନ୍ତାରେ ପକାଇ ଆସିଛି। କ୍ୟାଫିନ୍ର ଉପସ୍ଥିତି ଯୋଗୁଁ ତାହାର ନାମ କଫି ରଖାଯାଇଛି। ତେବେ ସମ୍ପ୍ରତି ବିଶ୍ବରେ ସର୍ବାଧିକ କଫି ଉତ୍ପାଦନକାରୀ ରାଷ୍ଟ୍ରର ମାନ୍ୟତା ରଖିଥିବା ବ୍ରାଜିଲ୍ର କଫି ଗବେଷଣା କେନ୍ଦ୍ର ‘ଇନ୍ଷ୍ଟିଚ୍ୟୁଟ୍ ଆଗ୍ରୋନୋମିକୋ ଡି କ୍ୟାମ୍ପିନାସ’ର ଗବେଷକମାନେ ଦୀର୍ଘ ଦୁଇ ଦଶନ୍ଧିର ବିଶ୍ଳେଷଣ ପରେ ପ୍ରାକୃତିକ ଭାବେ କ୍ୟାଫିନ ଶୂନ୍ୟ କଫି ଉତ୍ପନ୍ନ କରିବାରେ ସଫଳ ହୋଇଛନ୍ତି। ଏହି ଶ୍ରେଣୀର କଫି ବିଶ୍ବବ୍ୟାପୀ ଲୋକପ୍ରିୟ ହେବା ସହ କଫି ବ୍ୟବସାୟରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ସେମାନେ ଆଶା ରଖିଛନ୍ତି।
ବିଶେଷ କରି ସବୁଠୁ ଅଧିକ କଫି ବ୍ୟବହୃତ ହେଉଥିବା ୟୁରୋପୀୟ ଦେଶ ସମୂହ ଓ ଆମେରିକାର ଗ୍ରାହକଙ୍କ ପାଇଁ ଏହା ଖୁସି ଖବର ନିଶ୍ଚୟ। କାରଣ ‘ଡିକାଫ୍ କଫି’ ନାମକ ଏହି ନୂତନ ଧରଣର କଫିରେ କ୍ୟାଫିନ୍ ପରିମାଣ ନଗଣ୍ୟ ୧ରୁ ୨ ପ୍ରତିଶତ ରହିଛି। ବର୍ତ୍ତମାନର ଗୋଟିଏ କପ୍ କଫିରେ ୯୫ ମିଲିଗ୍ରାମ୍ ପରିମାଣର ହାନିକାରକ କ୍ୟାଫିନ୍ ରହିଥିବା ବେଳେ ଗୋଟିଏ କପ୍ ‘ଡିକାଫ୍ କଫି’ରେ ମାତ୍ର ୨ରୁ ୪ ମିଲିଗ୍ରାମ୍ କ୍ୟାଫିନ୍ ରହିବ। ଏଥି ସହିତ ଏହାର ବଜାର ମୂଲ୍ୟ ମଧ୍ୟ ବହୁତ କମ୍ ରହିବ। କାରଣ ବର୍ତ୍ତମାନର ବ୍ୟବହାରଯୋଗ୍ୟ କଫିରୁ ଶିଳ୍ପ ପ୍ରକ୍ରିୟାରେ କ୍ୟାଫିନ୍ ପରିମାଣ କାଢ଼ିବା ପାଇଁ ସିଂହଭାଗ ଖର୍ଚ୍ଚ ହେଉଥିବା ବେଳେ ‘ଡିକାଫ୍ କଫି’ ପ୍ରାକୃତିକ ଭାବେ ବ୍ୟବହାରଯୋଗ୍ୟ ହୋଇପାରିବ।
More Stories
ବାଇକ୍ ଟ୍ରିପ୍ ପୂର୍ବରୁ ଜାଣନ୍ତୁ ନିୟମାବଳୀ..
ଭାରତରେ 10 କୋଟିରୁ ଅଧିକ ଲୋକଙ୍କୁ ମଧୁମେହ..
ଜାଣନ୍ତୁ କର୍ଲି ହେୟାରର ଫାଇଦା..