ଅଭିନେତ୍ରୀ ମଲାଇକା ଅରୋରା ତାଙ୍କର ଷ୍ଟାଇଲ୍ ସେନ୍ସ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କର ବୋଲ୍ଡ ପୋଷକ ପରିଧାନ ପାଇଁ ଅଧିକାଂଶ ସମୟରେ ଟ୍ରୋଲ୍ ବି ହୋଇଥାନ୍ତି। ନିଜକୁ ଏତେ ଫିଟ୍ ରଖିଛନ୍ତି ଯେ ୪୯ ବର୍ଷ ବୟସରେ ବି ମାତ୍ର ୨୯ ବର୍ଷୀୟା ଯୁବତୀଙ୍କ ପରି ଦିଶନ୍ତି ମଲାଇକା।
ସେ ସବୁବେଳେ ନିଜ ପ୍ରଶଂସକମାନଙ୍କୁ ଡାଏଟ୍ ଏବଂ ୱାର୍କଆଉଟ୍ ରୁଟିନ୍ ସଂପର୍କରେ ସୂଚନା ଦେଇଥାନ୍ତି। ନିକଟରେ ମଲାଇକା ଇନ୍ଷ୍ଟାଗ୍ରାମ୍ରେ ଏକ ଷ୍ଟୋରି ସେୟାର୍ କରିଛନ୍ତି। ଯେଉଁଥିରେ ସେ ନିଜର ଫିଟ୍ନେସ୍ର ମନ୍ତ୍ର ସେୟାର୍ କରିଛନ୍ତି। ସେ କହିଛନ୍ତି ଯେ ନିଜକୁ ଫିଟ୍ ରଖିବାକୁ ଓ ଉଜ୍ଜ୍ବଳ ତ୍ବଚା ପାଇବାକୁ ସେ ଏକ ଜୁସ୍ ନିୟମିତ ଭାବେ ପିଅନ୍ତି। ଯାହାର ନାମ ସେ ‘ଏବିସି’ ଜୁସ୍ ରଖିଛନ୍ତି।
ସେଓ, ବିଟ୍ ଏବଂ ଗାଜରକୁ ମିଶାଇ ଏକ ଜୁସ୍ ପ୍ରସ୍ତୁତ କରନ୍ତି। ତାହାକୁ ସେ ପ୍ରତିଦିନ ପିଅନ୍ତି। ଏହି ୩ଟିର ସମିଶ୍ରଣରେ ହୋଇଥିବା ଜୁସ୍ ମଲାଇକାଙ୍କୁ ଫିଟ୍ ରଖେ ବୋଲି ସେ କହିଛନ୍ତି। ତେବେ ଏହି ଜୁସ୍ ଆହୁରି ଟିକେ ଭଲ ଲାଗିବା ପାଇଁ ସେ ସେଥିରେ ଅଦା ବି ଟିକେ ମିଶାନ୍ତି। ତାଙ୍କର ଏହି ଜୁସ୍ରେ ଭିଟାମିନ୍, ମିନେରାଲ୍ସ ସହ ପୋଷକ ତତ୍ତ୍ବ ଭର୍ପୂର ରହିଛି।
ମଲାଇକା ଏବଂ ଅର୍ଜୁନ ଗତ କିଛି ବର୍ଷ ହେବ ପରସ୍ପରଙ୍କୁ ଡେଟିଂ କରୁଛନ୍ତି। ଅବଶ୍ୟ, ଦୁଇ ବର୍ଷ ପୂର୍ବେ ଉଭୟ ନିଜ ସମ୍ପର୍କକୁ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନଙ୍କ ମଧ୍ୟରେ ୧୨ବର୍ଷର ବୟସ ବ୍ୟବଧାନ ହେତୁ ଅନେକ ସମୟରେ ସେ ଦୁହେଁ ଟ୍ରୋଲ୍ର ଶିକାର ହୋଇଥାନ୍ତି।
More Stories
ଆୟୋଡିନର ଅଭାବ ଆଣି ପାରେ ଏପରି ଭୟାବହତା
ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି
ଯୋଗ କରିବା ପରେ ଏପରି କାମ କରୁଛନ୍ତି କି do’s and dont’s after yoga