ଆଜିକାଲି ଚାଲିଛି ଆଖି ଧରା ରୋଗ। ଗାଁରୁ ସହର ପର୍ଯ୍ୟନ୍ତି ବ୍ୟପିଛି ଏହି ରୋଗ। କେବଳ ଆଖିଧରା କାହିଁକି, ଆଖିକୁ ନେଇ ବିଭିନ୍ନ ପ୍ରକାରର ରୋଗ ଆଜିକାଲି ବାହାରୁଛି।
ଦୃଷ୍ଟି ଶକ୍ତି କମିବା ତ ଏକ ଅତି ସାଧାରଣ କଥା ପାଲଟି ଗଲାଣି। ଅତ୍ୟଧିକ ଫୋନ୍, କମ୍ପ୍ୟୁଟର୍ ବ୍ୟବହାର ଏହାର ଏକ ପ୍ରମୁଖ କାରଣ। ଅତି ପାଖରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫୋନ୍ ଦେଖିବାର ଅଭ୍ୟାସ ଅଧିକାଂଶ ଲୋକଙ୍କ ଭିତରେ ରହିଛି। ଯାହାଫଳରେ ଆଖି ସମସ୍ୟା ବାହାରିବା ସ୍ବାଭାବିକ।
ତେବେ ଏହି ସମସ୍ୟାକୁ ଦୂରେଇ ଦିଆଯାଇ ବି ପାରିବ। ଯଦି ଆପଣଙ୍କ ଆଖି ପ୍ରତି ଆପଣ ସାମାନ୍ୟ ସଚେତନ ନ ହେବେ ତେବେ ଭବିଷ୍ୟତରେ ବଡ଼ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ପ୍ରଥମ କଥା ହେଉଛି ଆଖି ପାଇଁ ହିତକର ଖାଦ୍ୟଗୁଡ଼ିକ ପ୍ରଚୁର ପରିମାଣରେ ଖାଆନ୍ତୁ। ଗାଜର, ଚୁନା ମାଛ, ଶାଗ ଆଦି ଯେତେ ପରିମାଣରେ ଖାଇବେ ଆଖି ସେତେ ସୁସ୍ଥ ରହିବ।
ଖାଲି ସେତିକି ନୁହେଁ, ଆଖିକୁ ମଝିରେ ମଝିରେ ଥଣ୍ଡା ପାଣିରେ ଧୋଇବା ଉଚିତ। କିଛି ଘଣ୍ଟା ଦୂରତ୍ବରେ ଆଖିକୁ ପାଣି ପକାଇ ଧୋଇବା ଦ୍ବାରା ଆଖି ଅପେକ୍ଷାକୃତ ସୁସ୍ଥ ରହିଥାଏ।
ଯଦି ଆପଣ ଅଫିସ୍ରେ କମ୍ପ୍ୟୁଟର୍ ସାମ୍ନାରେ ବସି କାମ କରୁଛନ୍ତି ତେବେ ପ୍ରତି ୧ ଘଣ୍ଟାକୁ ଥରେ ଆଖିକୁ ବିରତି ଦିଅନ୍ତୁ। ୫ ମିନିଟ୍ ପାଇଁ ଆଖି ବନ୍ଦ କରି ବସିବା ପରେ ପୁଣି କାମ ଆରମ୍ଭ କରନ୍ତୁ।
ଆପଣ ଚାହିଁଲେ କମ୍ପ୍ୟୁଟର୍ ସାମ୍ନାରେ ଲେଜର୍ ପ୍ରୋଟେକ୍ସନ ଚଷମା ବି ବ୍ୟବହାର କରିପାରିବେ। କେବଳ କମ୍ପ୍ୟୁଟର୍ ସାମ୍ନାରେ କାହିଁକି, ଆପଣ ଚାହିଁଲେ ମୋବାଇଲ୍ ଦେଖିବା ବେଳେ ବି ଏହି ଚଷମା ବ୍ୟବହାର କରିପାରିବେ।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା