ହୃଦ୍ ରୋଗ ଆଜିକାଲିକା ସମୟ ପାଇଁ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। କେବଳ ବୟସ୍କ ନହଁନ୍ତି, ଯୁବପିଢ଼ିଙ୍କ ଭିତରେ ବି ଏବେ ଏହି ରୋଗ ଏବେ ଦେଖିବାକୁ ମିଳୁଛି। ଦୂଷିତ ପରିବେଶ ଓ ବିଷାକ୍ତ ଖାଦ୍ୟ ଏହାର ମୁଖ୍ୟ କାରଣ। ଆମେ ସୁସ୍ଥକର ଖାଦ୍ୟ ଖାଇଲେ ଏହି ସମସ୍ୟାକୁ ଏଡ଼େଇ ଦେଇ ପାରିବା। ତେବେ, ଚାଲନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇଲେ ଆମେ ହୃଦ୍ ରୋଗରୁ ମୁକ୍ତି ପାଇପାରିବା।
ପ୍ରଚୁର ପରିମାଣର ପାଣି ପିଇବା ସହ ଫଳ ଓ ପନିପରିବା ଖାଇବା ଦ୍ବାରା ଦୃଦ୍ଘାତକୁ ଦୂରେଇ ଦିଆଯାଇପାରେ। ସୁସ୍ଥ କର ଖାଦ୍ୟ ଖାଇବା ଦ୍ବାରା ଆମେ ନିଜକୁ ସୁସ୍ଥ ରଖିପାରିବା।
ଆଜିକାଲି ବିଲାତି ବାଇଗଣର ଦର ବଜାରରେ ଖୁବ୍ ଅଧିକ। ହେଲେ ଏହି ବିଲାତି ବାଇଗଣ ଖାଇବା ମଧ୍ୟ ଖୁବ୍ ଉପକାରୀ। ଏଥିରେ ଥିବା ଲାଇକୋଫିନ୍ ହୃତ୍ପିଣ୍ଡକୁ ସୁସ୍ଥ ରଖିଥାଏ।
ଗାଜର ଖାଇବା ହୃତ୍ପିଣ୍ଡ ପାଇଁ ଖୁବ୍ ଭଲ ହୋଇଥାଏ। ଏଥିରେ ପ୍ରଚୁର ପରିମାଣର କ୍ୟାରୋଟିନଏଡ୍ସ୍ ଥାଏ। ଏଥିରେ ଥିବା ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ୍ ହୃଦ୍ ରୋଗୀଙ୍କ ପାଇଁ ଖୁବ୍ ଭଲ ହୋଇଥାଏ। ଅବଶ୍ୟ ବ୍ରୋକୋଲି ଏକ ଶୀତଦିନିଆ ପରିବା। ମାତ୍ର ଏହା ଖୁବ୍ ଭଲ ପରିବା। ଏଥିରେ ଥିବା ଭିଟାମିନ୍ ସି ହୃଦ୍ରୋଗ ଦମନ କରିବା ପାଇଁ ଯଥେଷ୍ଟ।
ଯେତେ ପାରୁଛନ୍ତି ବିଭିନ୍ନ ପ୍ରକାରର ଶାଗ ଖାଆନ୍ତୁ। ଏହା କେବଳ ହୃଦ୍ରୋଗ ନୁହେଁ, ଆହୁରି ଅନେକ ପ୍ରକାର ରୋଗକୁ ଭଲ କରିଥାଏ। ପିଆଜ ଓ ରସୁଣ ବି ହୃଦ୍ ରୋଗୀଙ୍କ ପାଇଁ ଭଲ ହୋଇଥାଏ। ଆପଣଙ୍କର ହୃଦ୍ ସମସ୍ୟା ଥିଲେ ଏହାକୁ ଭକ୍ଷଣ କରିପାରିବେ। ଆଳୁରେ ପ୍ରଚୁର ପରିମାଣର ପଟାସିୟମ ଅଛି। ତେଣୁ ଆଳୁ ଖାଇବା ଦ୍ବାରା ହୃଦ୍ ରୋଗ ସହ ରକ୍ତଚାପ ବି ନିୟନ୍ତ୍ରଣରେ ରହିଥାଏ।
More Stories
ଥଣ୍ଡା ଦିନେ ଏହି ଉପାୟ ଦୂରେଇ ଦିଏ ରୋଗ..
କିଡନି ଖରାପ କରେ ଭିଟାମିନ୍-ସି ଯୁକ୍ତ ଚା..
ଏମିତି କଲେ 200 ବର୍ଷ ବଞ୍ଚିବ ଆପଣଙ୍କର କିଡନି