The Topmost

“The eyes believe themselves, the ears believe other people.”

କର୍କଟ ରୋଗକୁ ରୋକିପାରେ ଏହି ଫଳ..

ଫଳ ଖାଇଲେ ଶରୀର ଯେ ସୁସ୍ଥ ରହିଥାଏ ଏହା ସମସ୍ତେ ଜାଣନ୍ତି। ଫଳ ଭିିତରେ କମଳା ହେଉଛି ଅନ୍ୟତମ ଉତ୍ତମ ଫଳ, ଯାହାକୁ ଖାଇଲେ ଅନେକ ସୁଫଳ ମିଳିଥାଏ। ଆପଣ ଜାଣନ୍ତି କି? କମଳା ହେଉଛି ଔଷଧୀୟ ଗୁଣରେ ଭରପୂର ସବୁଠାରୁ ଉପକାରୀ ଫଳ। ଏହାକୁ ସିଧା ଖାଆନ୍ତୁ କିମ୍ବା ରସ କରି ପିଅନ୍ତୁ, ଏହାର ପ୍ରଭାବରେ ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ। ଏହା ଏକ ଆଣ୍ଟି ଅକ୍ସିଡେଣ୍ଟରେ ଭର୍‌ପୂର୍‌ ଶକ୍ତିକାରୀ ଫଳ। କେବଳ ଏହାର ରସ ନୁହେଁ, ଚୋପା ବି ଉପକାରୀ।

ଦୈନନ୍ଦିନ କମଳା ରସ ପିଉଥିଲେ କିଡ୍‌ନିରେ ଷ୍ଟୋନ୍‌ ହେବାର ସମ୍ଭାବନା କମ୍‌ ରହିଥାଏ। ଏପରିକି ଯେଉଁମାନଙ୍କ କିଡନିରେ ଷ୍ଟୋନ୍‌ ହୋଇଥାଏ ଚିକିତ୍ସକମାନେ ତାଙ୍କୁ କମଳା ରସ ପିଇବା ପାଇଁ ପରାମର୍ଶ ଦେଇଥାନ୍ତି।

ଆଜିକାଲି ଅନେକ ଜଣଙ୍କ ଭିତରେ ଭୋକ ନ ହେବା ସମସ୍ୟା ରହିଛି। କମଳା ରସ ପିଇଲେ ଭୋକ ହୋଇଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦିଅନ୍ତି।

ଏହାବ୍ୟତୀତ କଫ ନ ହେବା, କାଶ କମ୍‌ କରିବା ପାଇଁ କମଳା ଅବ୍ୟର୍ଥ ଔଷଧ ପରି କାମ କରେ। ଆପଣଙ୍କର ଏହି ସବୁ ସମସ୍ୟା ଥିଲେ କମଳା ଦୈନିକ ଖାଆନ୍ତୁ।

କମଳାର ଚୋପାରେ କର୍କଟ ଚିକିତ୍ସା ହୋଇଥାଏ। ଏହି ଚୋପା କର୍କଟର ଘାଆକୁ କମ୍‌ କରିପାରେ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି।

କମଳା ଚୋପାରୁ ତିଆରି ହେଉଥିବା ତୈଳ ମଧ୍ୟ ଖୁବ୍‌ ଭଲ। କୋଲେଷ୍ଟ୍ରଲ୍‌, ଉଚ୍ଚ ରକ୍ତଚାପ, କର୍କଟ ଆଦିର ଚିକିତ୍ସା ଏହା ଦ୍ୱାରା କରାଯାଇ ପାରେ।

SHARE BY