ଚିନିଠୁ ବି ମାରାତ୍ମକ ଏହି ଫଳ..

ଫଳ ଖାଇବା ଏକ ଭଲ ଅଭ୍ୟାସ ଏବଂ ଏହା ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ମଧ୍ୟ। କିନ୍ତୁ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଅନୁଯାୟୀ, ଆପଣ କି ଫଳ ଏବଂ କେତେ ଖାଉଛନ୍ତି ତାହା ଉପରେ ସର୍ବଦା ଧ୍ୟାନ ଦେବା ଉଚିତ୍। ଫଳ ଏକ ସୁସ୍ଥକର ଖାଦ୍ୟ, ହେଲେ ଯଦି ଅଧିକ ଖାଆନ୍ତି ତେବେ ଶରୀରରେ ସୁଗାର ବଢ଼ିପାରେ। କେତେକ ଫଳର ଅଧିକ ମିଠା ଅଂଶ ଥାଏ। ମଧୁମେହରେ ରୋଗୀମାନେ ଏହାକୁ ଅଧିକ ଖାଇଲେ ଚିନି ଅପେକ୍ଷା ଅଧିକ ବିପଜ୍ଜନକ ହୋଇପାରେ।

କଦଳୀ ହେଉଛି ଏକ ଲୋକପ୍ରିୟ ଫଳ, ଯାହା ପେଟରୁ ନେଇ ହୃଦୟ ପର୍ଯ୍ୟନ୍ତ ଉପକାରୀ ବୋଲି ବିବେଚନା କରାଯାଏ। ଏହାକୁ ଖାଇବା ଦ୍ୱାରା ଫାଇବର, ପ୍ରୋଟିନ୍, ଭିଟାମିନ୍, ମାଙ୍ଗାନିଜ୍, ପୋଟାସିୟମ୍ ଭଳି ଅନେକ ପୋଷକ ତତ୍ତ୍ୱ ମିଳିଥାଏ। ଏକ ଅଧ୍ୟୟନ ଅନୁଯାୟୀ, ପାଚିଲା କଦଳୀ ଖାଇବା ଦ୍ୱାରା ରକ୍ତରେ ଶର୍କରାର ପରିମାଣ ବଢ଼ିପାରେ। କାରଣ ଏଥିରେ କାର୍ବସ୍ ଅଧିକ ଥାଏ।

ଗ୍ରୀଷ୍ମ ଋତୁରେ ତରଭୁଜ ଖାଇବା ଉଚିତ୍।  କିନ୍ତୁ ଆପଣ ଏହାକୁ ଅଧିକ ଖାଇବା ଉଚିତ୍ ନୁହେଁ। ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ପ୍ରମାଣିତ ହୋଇପାରେ।

ମଧୁମେହ ରୋଗୀମାନେ ସପୁରୀ ମଧ୍ୟ ସୀମା ଭିତରେ ଖାଇବା ଉଚିତ୍।  ଭିଟାମିନ୍ ସି’ରେ ଭରପୂର ଏହି ସୁସ୍ୱାଦୁ ଫଳ ଖାଇବା ଦ୍ୱାରା ରକ୍ତରେ ଶର୍କରା ଦ୍ରୁତ ଗତିରେ ବଢ଼ିଯାଏ। ଏଥିରେ ପ୍ରଚୁର ପରିମାଣର କାର୍ବସ୍ ଥାଏ, ଯାହା ଶୀଘ୍ର ରକ୍ତରେ ଗ୍ଲୁକୋଜ ବଢ଼ାଇଥାଏ।

ସେହିପରି ଖଜୁରୀରେ ଅଧିକ ସୁଗାର୍‌ ଥାଏ। ଏହ ଏତେ ମିଠା‌ ଯେ ଏଥିରେ ଥିବା ଭିଟାମିନ୍ ଏବଂ ମିନେରାଲ୍ସ ମଧ୍ୟ ତା ସାମ୍ନାରେ ଛୋଟ ହୋଇଯାଆନ୍ତି। ଏହା ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ।

ମଧୁମେହ ରୋଗୀଙ୍କ ପାଇଁ ଫଳର ରାଜା ଆମ୍ବା ମଧ୍ୟ ସର୍ବୋତ୍ତମ ଫଳ ନୁହେଁ। ଏଥିରେ ପ୍ରଚୁର ପରିମାଣର ପ୍ରାକୃତିକ ସୁଗାର୍‌ ଅଛି, ତେଣୁ ଏହାକୁ ଅତି ସତର୍କତାର ସହିତ ଖାଇବା ଉଚିତ।

SHARE BY