ମେଥିରେ ଅନେକ ନ୍ୟୁଟ୍ରିଏଣ୍ଟସ ରହିଥାଏ। ଏହାକୁ ରାତିରେ ଭିଜାଇ ଚୋବାଇ ଚୋବାଇ ଖାଇବା ଦ୍ୱାରା ଏବଂ ଏହାର ପାଣି ପିଇବା ଦ୍ୱାରା ମଧ୍ୟ ବ୍ୟକ୍ତିର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇଥାଏ। ଏଥିସହିତ ଏହା ମଧ୍ୟ ଆମକୁ ଗୁଡ଼ିଏ ରୋଗ କବଳରୁ ବଞ୍ଚାଇଥାଏ। ଏହାକୁ ପ୍ରତ୍ୟେକ ଦିନ ଖାଇବା ଯୋଗୁଁ ମଧ୍ୟ ବ୍ୟକ୍ତିିର ପିତ୍ତ,ବାତ, କଫ ଏବଂ ଥଣ୍ଡାଜନିତ ସମସ୍ୟା ଆଦି ଦୂର ହୋଇଥାଏ।
ସାଧାରଣତଃ ଆଇରନ୍, କ୍ୟାଲ୍ସିୟମ୍, ମ୍ୟାଗ୍ନେସିୟମ୍, ପଟାସିୟମ୍, ସୋଡ଼ିୟମ୍, ଜିଂକ୍, ଫସ୍ଫରସ୍, ଫଲିକ୍ ଏସିଡ୍ ଭଳି ମିନରାଲ୍ସ ବ୍ୟତୀତ ଭିଟାମିନ୍ ଏ,ବି,ସି ରହିଥାଏ ମେଥିରେ। ଏହାବ୍ୟତୀତ ଏଥିରେ ମଧ୍ୟ ଭରପୂର ମାତ୍ରାରେ ଫାଇବର୍ସ, ପ୍ରୋଟିନ୍, ସ୍ଟାର୍ଚ, ସୁଗାର୍ ଫସ୍ଫୋରିକ୍ ଏସିଡ ଭଳି ନ୍ୟୁଟ୍ରିଏଣ୍ଟ ବି ରହିଥାଏ।
ଏହାକୁ ଖାଇବା ଦ୍ବାରା ଅନେକ ଫାଇଦା ମିଳିଥାଏ। ମେଥିଦାନା ଶରୀରରୁ ବିଷାକ୍ତ ଦ୍ରବ୍ୟ ବାହାର କରି କିଡନିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
ମେଥି ଖାଇବା ଦ୍ୱାରା ବ୍ୟକ୍ତିି ଗ୍ୟାସ୍ଷ୍ଟ୍ରିକ୍ ସମସ୍ୟାରୁ ମୁକୁଳିଥାଏ। ଯାହାକି ବ୍ୟକ୍ତିକୁ ଛାତି ପୋଡ଼ାଜଳା ଏବଂ ଏସିଡିଟି ଠାରୁ ମୁକ୍ତ କରିଥାଏ।
ମେଥିଦାନାରେ ଭରି ରହିଥିବା ସାଲ୍ୟୁବଲ୍ ଫାଇବର୍ସ ବ୍ଲଡ୍ ସୁୁଗାରକୁ ନିୟନ୍ତ୍ରଣ ରଖି ଡାଇବେଟିସ୍ର ସମସ୍ୟାଠାରୁ ବ୍ୟକ୍ତିକୁ ରକ୍ଷା କରିଥାଏ।
ଏଥିସହିତ ମେଥିରେ ରହିଥିବା ଗେଲାକ୍ଟୋମେନନ୍ ଏବଂ ପୋଟାସିୟମ୍ ବ୍ୟକ୍ତିର ରକ୍ତଚାପକୁ ନିୟନ୍ତ୍ରଣ ରଖିଥାଏ ଏବଂ ହୃତ୍ଘାତ ହେବାରୁ ବଞ୍ଚାଇବାରେ ମଧ୍ୟ ସାହଯ୍ୟ କରେ।
ତେବେ ଭିଜା ଯାଇଥିବା ମେଥିକୁ ଖାଇବା ଯୋଗୁଁ ବ୍ୟକ୍ତିର ହଜମ ପ୍ରକ୍ରିୟାଟି ସହଜ ହୋଇଥାଏ।
ଏତଦ୍ବ୍ୟତୀତ ମେଥିଦାନା ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହର କରି ତ୍ୱଚାକୁ ସୁସ୍ଥ ରଖିଥାଏ। ଯାହାଦ୍ୱାରା ବ୍ରଣ ଓ ଦାଗ ଇତ୍ୟାଦି ସମସ୍ୟା ଆଦିରୁ ବ୍ୟକ୍ତିକୁ ମୁକ୍ତି ମିଳିଥାଏ।
ପ୍ରତ୍ୟେକ ଦିନ ଭିିଜା ଯାଇଥିବା ମେଥିକୁ ଖାଇବା ଯୋଗୁଁ ବ୍ୟକ୍ତିର କେଶ ଶୀଘ୍ର ଧଳା ହୁଏନି ବରଂ ଘନ ଓ କଳା ହୋଇଥାଏ। ଏହାସହିତ କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଥାଏ।
ମେଥି ବ୍ୟକ୍ତିର ହଜମ କ୍ରିୟାକୁ ସକ୍ରିୟ କରିବା ସଂଗେ ସଂଗେ ଏସିଡିଟି ସମସ୍ୟାକୁ ଦୂର କରିଥାଏ। ଏହା ପାଇଲ୍ସ ଜନିତ ସମସ୍ୟାଠାରୁ ଦୂରାଇଥାଏ।
ମେଥି ସେବନ ଯୋଗୁଁ ବ୍ୟକ୍ତିକୁ ବହୁତ ଥର ପରିସ୍ରା ଲାଗିବା ବା ପରିସ୍ରା ସଂକ୍ରମଣ ଭଳି ସମସ୍ୟା ଠାରୁ ମଧ୍ୟ ମୁକ୍ତି ମିଳିଥାଏ।
More Stories
ଲୁଣ ଆଣିଥାଏ ଏହି ମାରାତ୍ମକ ରୋଗ
ଏହି ସଂକେତ ଦ୍ବାରା ଜାଣନ୍ତୁ ନିଜର ସ୍ବାସ୍ଥ୍ୟ ଅବସ୍ଥା
ନିୟନ୍ତ୍ରଣ ହୋଇଯିବ ଉଚ୍ଚ ରକ୍ତଚାପ, ଖାଆନ୍ତୁ ଏହି ସବୁ ଦ୍ରବ୍ୟ