September 15, 2025

କମ୍ ବୟସରେ କାହିଁକି ପାଚୁଛି ପିଲାଙ୍କ କେଶ

ବୟସ ସହିତ କେଶ ପାଚିବା ବା ଧଳା ହେବା ଅତ୍ୟନ୍ତ ସାଧାରଣ କଥା। କିନ୍ତୁ ଆଜିକାଲି, ସ୍କୁଲ-କଲେଜ ଯାଉଥିବା ପିଲାମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେଶ ଝଡ଼ିବାରୁ ନେଇ ପିଲାଦିନେ କେଶ ଧଳା ହୋଇଯିବା ପରି ଅସୁବିଧାକୁ ସାମ୍ନା କରୁଛନ୍ତି। ଏହି ଧଳା କେଶକୁ ଲୁଚାଇବା ପାଇଁ ବିଭିନ୍ନ ଲୋକ ବିଭିନ୍ନ ଉପାୟ ଆପଣେଇଥାନ୍ତି। ହେଲେ ସେପରି ନକରି ଘରୋଉ ଉପଚାର କରିବା ଖୁବ୍‌ ଭଲ।

ଅଅଁଳା ଏକ ଏପରି ଫଳ ଯେଉଁଥିରେ ଖୁବ୍‌ ଆଣ୍ଟି ଅକ୍ସିଡାଣ୍ଟ୍‌ ଏବଂ ଭିଟାମିନ୍‌ ସି ଅଛି। ଯାହାର ପ୍ରୟୋଗରେ ଆମେ କେଶକୁ ଧଳା ହେବାରୁ ବଞ୍ଚାଇ ପାରିବା। ଆପଣ ଅଅଁଳା ଖାଇବା ଆରମ୍ଭ କରନ୍ତୁ। ଏହା କେଶ ସହ ସ୍ବାସ୍ଥ୍ୟ ପାଇଁ ବି ଭାରି ଭଲ। ଆପଣ ଅଅଁଳା ଫଳ, ଗୁଣ୍ଡ, ଚକୋଲେଟ୍‌ କିଛି ବି ଖାଆନ୍ତୁ। ଏହା କେଶକୁ ମଜବୁତ୍‌ କରିବା ସହ କଳା କରିଥାଏ। ଅଅଁଳା ତେଲ ବି କେଶ ପାଇଁ ଭଲ ହୋଇଥାଏ।

ରାଶି ଲଡୁ ଆପଣଙ୍କୁ ଭଲ ଲାଗୁଥିବ ନିଶ୍ଚୟ। ମନେ ରଖନ୍ତୁ ଏହା କେବଳ ପାଟି ସୁଆଦ ପାଇଁ ନୁହେଁ, ବରଂ କେଶ ପାଇଁ ବି ଭାରି ଭଲ। ରାଶି  ଖାଇଲେ ଆପଣଙ୍କ କେଶ ପାଇଁ ବହୁତ ଭଲ। ଆପଣ ଏହାର ତେଲକୁ ବି କେଶରେ ପ୍ରୟୋଗ କରିପାରିବେ।

କଳା କିସ୍‌ମିସ୍‌ରୁ ଦିନକୁ ୨-୪ଟି ଖାଇଲେ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। କେଶ ପାଇଁ ଯେ ଏହା କେତେ ଭଲ, ତାହା ଆପଣଙ୍କୁ କହିବା ଜରୁରୀ ନୁହେଁ।

ଏହାଛଡ଼ା ଭୃଷଙ୍ଗ ପତ୍ର ଓ ଦେଶୀ ଘିଅ ବି କେଶ ପାଇଁ ଖୁବ୍ ଭଲ। ଏହାକୁ ନିଜର ଦୈନନ୍ଦିନ ଖାଦ୍ୟରେ ସାମିଲ୍‌ କରିବା ପାଇଁ ଭୁଲନ୍ତୁ ନାହିଁ।

SHARE BY