ବେଳେ ବେଳେ ଚର୍ମ କୁଣ୍ଡାଇହେବା ବା ଫଳିଯିବା ପରି ଆଲର୍ଜି ବା ଚର୍ମବିକାର ଦେଖାଯାଇଥାଏ। କିଛି ଆଲର୍ଜି ଧୀରେ ଧୀରେ ଉଭେଇଯାଉଥିବା ବେଳେ ଆଉ କିଛି ସାରା ଜୀବନ ବଜାୟ ରହିଥାଏ। ଦୀର୍ଘକାଳୀନ ଆଲର୍ଜି ପାଇଁ ଆମ ଶରୀରର ଏକପ୍ରକାର ରୋଗପ୍ରତିରୋଧକ ଜୀବକୋଷ ଦାୟୀ ବୋଲି ଦୁଇଟି ନୂଆ ଗବେଷଣାରୁ ଜଣାପଡ଼ିଛି। ଗବେଷକମାନଙ୍କ ସିଦ୍ଧାନ୍ତ ଅନୁଯାୟୀ, ଏହି ସ୍ବତନ୍ତ୍ର ଧରଣର ଜୀବକୋଷଗୁଡ଼ିକ ‘ଇମ୍ୟୁନୋଗ୍ଲୋବୁଲିନ୍-ଜି’ ନାମକ ଆଣ୍ଟିବଡି ସୃଷ୍ଟି କରିଥା’ନ୍ତି ଯାହା ଆଲର୍ଜି ସହ ଆଦୌ ଜଡ଼ିତ ନୁହେଁ। ତେବେ ସେହି କୋଷଗୁଡ଼ିକ ‘ଇମ୍ୟୁନୋଗ୍ଲୋବୁଲିନ୍-ଇ’ ନାମକ ଅନ୍ୟ ଏକ ଆଣ୍ଟିବଡି ସୃଷ୍ଟି କରିଥା’ନ୍ତି ଯାହା ଆଲର୍ଜି ସହ ଜଡ଼ିତ।
କିଛି ଆଲର୍ଜି ଧୀରେ ଧୀରେ ଉଭେଇଯାଉଥିବା ବେଳେ ଆଉ କିଛି ସାରା ଜୀବନ ବଜାୟ ରହିଥାଏ। ଦୀର୍ଘକାଳୀନ ଆଲର୍ଜି ପାଇଁ ଆମ ଶରୀରର ଏକପ୍ରକାର ରୋଗପ୍ରତିରୋଧକ ଜୀବକୋଷ ଦାୟୀ ବୋଲି ଦୁଇଟି ନୂଆ ଗବେଷଣାରୁ ଜଣାପଡ଼ିଛି।
ଏହି ଆଣ୍ଟିବଡିଗୁଡ଼ିକ ଶରୀର ସଂସ୍ପର୍ଶରେ ଆସୁଥିବା ଆଲର୍ଜି ସୃଷ୍ଟିକାରୀ ପରଜୀବୀ ସହ ଲଢ଼ିବାରେ ସାହାଯ୍ୟ କରିବା କଥା, ମାତ୍ର ସେମାନେ ଆଦୌ କ୍ଷତି କରୁନଥିବା ପ୍ରୋଟିନ୍ ପଛରେ ପଡ଼ିଯାଇଥା’ନ୍ତି। ଏହି ଉପକୋଷିକାଗୁଡ଼ିକ ହେଉଛନ୍ତି ଏକପ୍ରକାର ମେମୋରି-ବି କୋଷ, ଯିଏ ଆଲର୍ଜି ସୃଷ୍ଟିକାରୀ ବାହ୍ୟ ଭୂତାଣୁ ଓ ବୀଜାଣୁମାନଙ୍କୁ ମନେ ରଖିଥା’ନ୍ତି। ସେଗୁଡ଼ିକ ଶରୀରରେ ଦୀର୍ଘ ଦିନ ପାଇଁ ଏପରିକି ବର୍ଷ ବର୍ଷ ଧରି ରହିଯାଆନ୍ତି। ଫଳରେ ଆଲର୍ଜି ଦୀର୍ଘ ବର୍ଷ ଧରି ଜାରି ରହିଥାଏ। ଏହି ଗବେଷଣା ଭବିଷ୍ୟତରେ ଆଲର୍ଜି ନିରାକରଣ ପାଇଁ ନୂଆ ଚିକିତ୍ସା ବିକଶିତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
More Stories
ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି
ଯୋଗ କରିବା ପରେ ଏପରି କାମ କରୁଛନ୍ତି କି do’s and dont’s after yoga
ଏହି ଲକ୍ଷଣ ଥିଲେ, ଜାଣନ୍ତୁ ଆବଶ୍ୟକ ହେଉଛି ଫିଜିଓ ଥେରାପି