September 15, 2025

ବିବାହ ପୂର୍ବରୁ କରନ୍ତୁନି ଏହି ସବୁ କାମ ନଚେତ୍..

ପ୍ରତ୍ୟେକ ଯୁବତୀ ଚାହାଁନ୍ତି ଯେ, ନିଜ ବିବାହ ଦିନ ସେ ସବୁଠାରୁ ସୁନ୍ଦର ଓ ପରଫେକ୍ଟ ଦେଖାଯାନ୍ତୁ । ଏଥିପାଇଁ ଯୁବତୀମାନେ ଅନେକ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି । ସେହିପରି କିଛି ଯୁବତୀ ଏକସାଇଟମେଣ୍ଟରେ କିଛି ଭୁଲ୍ ମଧ୍ୟ କରିଦିଅନ୍ତି, ଯାହା ସେମାନଙ୍କ ପାଇଁ ଏହି ଖାସ୍ ଦିନକୁ ଖରାପ କରିଦେଇଥାଏ । ଏହାରି ମଧ୍ୟରେ ଆମେ ଆପଣଙ୍କୁ କିଛି ବିଷୟ କହିବାକୁ ଯାଉଛୁ ଯାହା ଯୁବତୀମାନେ ନିଜ ବିବାହର ଗୋଟିଏ ଦିନ ପୂର୍ବରୁ ଆଦୌ କରିବା ଉଚିତ ନୁହେଁ…

ଠିକ୍ ଭାବେ ନିଦ୍ରା ନଯିବା
ଅନେକ ସମୟରେ ଦେଖାଯାଏ ଯେ, ଯୁବତୀମାନେ ନିଜ ବିବାହର ଏକସାଇଟମେଣ୍ଟ ଯୋଗୁଁ ବିବାହର ପୂର୍ବରାତି ଶୋଇ ନଥାନ୍ତି । ଏହି କାରଣରୁ ଏହାର ପରଦିନ ଅର୍ଥାତ ବିବାହ ଦିନ ତାଙ୍କ ଚେହେରାରେ ଥକାପଣ ନଜର ଆସିଥାଏ । ଏହି ଭୁଲ୍ ତାଙ୍କ ସୁନ୍ଦରତାକୁ କମ୍ ମଧ୍ୟ କରିଥାଏ । ତେଣୁ ବିବାହର ପୂର୍ବ ରାତି ଭଲ ଭାବେ ନିଦ୍ରା ଯିବା ଆବଶ୍ୟକ ।

ଭଲ ଡାଏଟ୍ ନନେବା
ନିଜ ବିବାହର ଗୋଟିଏ ଦିନ ପୂର୍ବରୁ ଭୁଲରେ ବି ଇଆଡୁ ସିଆଡୁ କିଛି ଖାଆନ୍ତୁ ନାହିଁ । ଯଦି ଆପଣ ବିବାହର ପୂର୍ବଦିନ ପିଜା ଭଳି ଖାଦ୍ୟ ଖାଉଛନ୍ତି, ତେବେ ଚେହେରାରେ ପିମ୍ପଲ୍ସ ବାହାରିବା ଡର ରହିଥାଏ । ତେଣୁ ନିଜ ଡାଏଟରେ ହେଲ୍ଥୀ ଖାଦ୍ୟ ପଦାର୍ଥ ସାମିଲ କରନ୍ତୁ ।

ପିଲ୍ ଅଫ୍ ମାସ୍କ
କେତେକ ଯୁବତୀ ନିଜ ସୁନ୍ଦରତା ଦେଖାଇବା ପାଇଁ ନିଜ ବିବାହର ପୂର୍ବ ରାତିରେ ପିଲ୍ ଅଫ୍ ମାସ୍କ ବା ଫେସ୍ ପ୍ୟାକ୍ ଲଗାଇଥାନ୍ତି । ଏହି କାରଣରୁ ଅନେକ ସମୟରେ ଚେହେରାରେ ଛୋଟ ଛୋଟ ଦାନା ବାହାରି ଆସିଥାଏ । ତେଣୁ ଆପଣ ବିବାହର ପୂର୍ବ ରାତିରେ ଏପରି କିଛି ଭୁଲ୍ କରନ୍ତୁ ନାହିଁ । ବିବାହର ପୂର୍ବ ରାତିରେ କୌଣସି ପ୍ରକାର ବ୍ୟୁଟି ଟ୍ରିଟେମେଣ୍ଟ କରନ୍ତୁ ନାହିଁ ।

SHARE BY