The Topmost

“The eyes believe themselves, the ears believe other people.”

8 ଟି ପ୍ରସ୍ତାବରେ ବାଜିଲା ମୋହର

ସରିଲା ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ 8 ପ୍ରସ୍ତାବ ଉପରେ ମୋହର ବାଜିଛି । 5 ଟି ମତ୍ସ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରସ୍ତାବ ରହିଛି । ଆସିବ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା । ଏହି ଯୋଜନାରେ 5 ବର୍ଷରେ 1031 କୋଟି ଟଙ୍କା ଖର୍ଚ୍ଚ ହେବ ।

ଏହା ଦ୍ବାରା 3 ଲକ୍ଷରୁ ଅଧିକ ଚାଷୀ ଉପକୃତ ହବେ । ତେବେ 5 ଲକ୍ଷ ଅଣ୍ଡା ପ୍ରତିଦିନ ଉତ୍ପାଦନ ହେବ । 95.58 ମେଟ୍ରିକ ଟନ କୁକୁଡ଼ା ମାଂସ ଉତ୍ପାଦନ ହେବ ।

ମସ୍ୟ କ୍ଷେତ୍ରରେ ଭିତ୍ତି ଭୂମି ସୃଦୁଢ ପାଇଁ 3 ବର୍ଷ ପାଇଁ 449 କୋଟି ଟଙ୍କା ଖର୍ଚ୍ଚ ହେବ । ଗୋମାତା ନାଁରେ ଆସିବ ଯୋଜନା । ଏଥି ପାଇଁ 3 ବର୍ଷ ପାଇଁ 342 କୋଟି ଟଙ୍କା ଖର୍ଚ୍ଚ ହେବ । ବାର୍ଷିକ 2.5 କୋଟି ଭ୍ୟାକ୍ସିନ ଏବଂ 1.30 କୋଟି ପ୍ରାଣୀଧନ ଚିକିତ୍ସା କରାଯିବ । ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଦୋଷୀଙ୍କୁ ୫ ବର୍ଷ ଜେଲ୍‌ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ହେବ । ପରୀକ୍ଷା କରୁଥିବା ସର୍ଭିସ ପ୍ରୋଭାଇଡରଙ୍କୁ ୧ କୋଟି ଟଙ୍କା ଜରିମାନା ହେବ । ତେବେ ଏହି ନିୟମ OPSC, OSSC, OSSSC ଆଦି ପରୀକ୍ଷା ପାଇଁ ଲାଗୁ ହେବ । ତେବେ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।