The Topmost

“The eyes believe themselves, the ears believe other people.”

CBSE ୧୦ମ, ୧୨ଶ ପରୀକ୍ଷାରେ ବଡ ପରିବର୍ତ୍ତନ

ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ (ସିବିଏସଇ) ବୋର୍ଡ ପରୀକ୍ଷା ୨୦୨୫ରେ ହେବାକୁ ଯାଉଛି ବଡ ପରିବର୍ତ୍ତନ । ଆନସର ସିଟ ଡିଜିଟାଲ ଚେକିଂ କରିବାକୁ ହୋଇଛି ଯୋଜନା । ଏଥିସହ ପାଠ୍ୟକ୍ରମରେ ୧୫ ପ୍ରତିଶତ କମ କରିବ ବୋର୍ଡ । ସିବିଏସଇ ୧୦ମ ଓ ୧୨ଶର ପରୀକ୍ଷାରେ ପରିବର୍ତ୍ତନ କରିଛି । ଏହା ଆସନ୍ତା ୨୦୨୫ ପରୀକ୍ଷାରୁ ଲାଗୁ ହେବ ।

ଇନ୍ଦୋରରେ ହୋଇଥିବା ବ୍ରିଜିଂ ଦ ଗ୍ୟାପ ଆଦର୍ଶ ସମିତିରେ ସିବିଏସଇ ଭୋପାଲ ଆଞ୍ଚଳିକ ଅଫିସର ବିକାଶ କୁମାର ଅଗ୍ରବାଲ ଏଥି ସମ୍ବନ୍ଧରେ ସୂଚନା ଦେଇଥିଲେ । ସେ କହିଛନ୍ତି, ପିଲାଙ୍କ ପଢାର ବୋଝ କମ କରିବାକୁ ଓ ପିଲାଙ୍କୁ ଶିଖାଇବାର ଶୈଳୀକୁ ଉନ୍ନତମାନର କରିବାକୁ ପଦକ୍ଷେପ ନିଆଯାଇଛି । ସବୁଠାରୁ ବଡ କଥା କି, ସବୁ ବିଷୟର ସିଲାବସରେ ୧୫ ପ୍ରତିଶତ ହ୍ରାସ କରାଯାଇଛି । ଅଗ୍ରବାଲ ଆହୁରି କହିଛନ୍ତି କି, ଏଥିରେ ପିଲାଙ୍କର ବିଷୟକୁ ଗମ୍ଭୀରତା ସହ ବୁଝିବା ଓ ପଢିବା ସହଜ ହେବ । ଫଳରେ ପିଲାଙ୍କ ଉପରେ ପାଠର ବୋଝ କମ ହେବ । ଘୋଷିବା ବଦଳରେ ପିଲା ବିଷୟକୁ ବୁଝିବା ଉପରେ ଗୁରୁତ୍ୱ ଦେବେ ।

ସିବିଏସଇ ଡିଜିଟାଲ ଉପାୟରେ ଉତ୍ତର ଖାତା ଚେକ କରିବାକୁ ମଧ୍ୟ ଯାଉଛି । ଫଳରେ ଶୀଘ୍ର ଓ ସଫାସୁତରା ଭାବେ ରେଜଲ୍ଟ ବାହାରିବ । ଇଂରାଜୀ, ସାହିତ୍ୟ, ସାମାଜିକ ବିଜ୍ଞାନ ବିଷୟଗୁଡିକ ପାଇଁ ନିଜର ବୁକ ଏଗ୍ଜାମ ଆରମ୍ଭ କରିବାକୁ ଯୋଜନା କରୁଛି ସିବିଏସଇ । ଏମିତି କରିବା ଦ୍ୱାରା ପିଲାମାନେ ବହି ଦେଖି ପରୀକ୍ଷା ଦେଇପାରିବେ । ଏଥିରେ ପିଲାଙ୍କ ସ୍ମରଣଶକ୍ତି ଓ ଚିନ୍ତନ କ୍ଷମତା ବୃଦ୍ଧି ପାଇବ ବୋଲି ବୋର୍ଡ କହିଛି ।

ସେହିପରି ପରୀକ୍ଷା ଶୈଳୀରେ ମଧ୍ୟ ପରିବର୍ତ୍ତନ କରିବ ବୋର୍ଡ । ଏଥିରେ ଇଣ୍ଟରନାଲ ଆସେସମେଣ୍ଟ ନମ୍ବର ୪୦ ପ୍ରତିଶତ ହେବ ଓ ବାକି ୬୦ ପ୍ରତିଶତ ନମ୍ବର ଫାଇନାଲ ଏକ୍ଜାମରେ ହେବ । ଫଳରେ ପିଲାଙ୍କୁ ବର୍ଷ ତମାମ ପଢିବାରେ ଆଗ୍ରହ ରହିବ । ପ୍ରୋଜେକ୍ଟ, ଆସାଇନମେଣ୍ଟ ଓ ବିଭିନ୍ନ ସମୟରେ ହେବାକୁ ଥିବା ପରୀକ୍ଷା ରେ ସାମିଲ ହେବେ । ବୋର୍ଡ କହିଛି ୨୦୨୫ରେ ଗୋଟିଏ ଥର ବୋର୍ଡ ପରୀକ୍ଷା ହେବ ।