ବାପା ଓ ପୁଅକୁ ଆକ୍ରମଣ କରିବା ଅଭିଯୋଗରେ ଗୋପାଳପୁର ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ତେବେ ଏନେଇ ପୋଲିସ ପକ୍ଷରୁ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି। ତେବେ ପୋଷ୍ଟ ଏଭଳି ମଜାଦାର ହୋଇଛି ଯେ ହସିହସି ବେଦମ ହୋଇପଡିଛନ୍ତି ନେଟିଜେନ୍ସ।
ବ୍ରହ୍ମପୁର ଏସ୍ପିଙ୍କ ପୋଷ୍ଟ ଅନୁଯାୟୀ, ଗୋପାଳପୁର ପୋଲିସ ଟିମ୍ ବାପା ଏବଂ ପୁଅଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରିଛି।ଗିରଫ ସନ୍ଦିଗ୍ଧଙ୍କ ଫଟୋରେ ବିଭିନ୍ନ ଇମୋଜିରେ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଛି। ତେବେ ପୋଲିସ ବିଭାଗର ଏହି ମଜାଦାର ପୋଷ୍ଟ ଓ ହ୍ୟୁମର କୁ ନେଇ ଲୋକେ ଏହାର ପ୍ରଶଂସା କରୁଛନ୍ତି । ସିରିଅସ୍ ଟପିକରେ ପୋଲିସର ହ୍ୟୁମର ଏକ ହାସ୍ୟରୋଳ ସୃଷ୍ଟି କରୁଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ