ରାଜ୍ୟରେ କାର୍ଯ୍ୟରତ ନର୍ସଙ୍କ ଡ୍ରେସ୍ କୋଡ୍ ପରିବର୍ତ୍ତନ କରାଯାଇଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟରତ ନର୍ସଙ୍କ ୟୁନିଫର୍ମ କରିବର୍ତ୍ତନ ହୋଇଛି। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି।
ଏଣିକି ନର୍ସଙ୍କ ୟୁନିଫର୍ମରେ ସମ୍ବଲପୁରୀ ଛିଟା ରହିବ। ୟୁନିଫର୍ମ କଲାରରେ ରହିବ ସମ୍ବଲପୁରୀ ଝଲକ।ଜେନେରାଲ୍ ୱାର୍ଡରେ କାର୍ଯ୍ୟରତ ନର୍ସ ଧଳା ରଙ୍ଗର ଆପ୍ରନ୍ ପିନ୍ଧିବେ। ସିନିୟର୍ ନର୍ସିଂ ଅଫିସର ଈଷତ୍ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବେ । ଏଥିସହିତ ଆସିଷ୍ଟାଣ୍ଟ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ ସିୟାନ୍ ବ୍ଲୁ ରଙ୍ଗର ପୋଷାକ ପିନ୍ଧିବେ। ଏଥି ସହିତ ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ/ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ଧଳା ରଙ୍ଗର ପୋଷାକ ପିନ୍ଧିବେ।

More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା