ଛାତ୍ରୀଙ୍କୁ ଅସଦାଚରଣ । ସ୍କୁଲରୁ ଫେରିବାବେଳେ ଛାତ୍ରୀଙ୍କୁ ଜୋର ଜବରଦସ୍ତି ସିନ୍ଦୁର, ମଙ୍ଗଳସୁତ୍ର ପିନ୍ଧାଇଲେ ଯୁବକ । ଏକ ତରଫା ପ୍ରେମରେ ବିଫଳ ହେବାରୁ ଯୁବକଙ୍କ ଏଭଳି କାଣ୍ଡ ।ପିଡ଼ିତାଙ୍କ ଅଭିଯୋଗର ୪ ଦିନ ପରେ ବି ପୁଲିସ ହାତ ଖାଲି । ଗଞ୍ଜାମ ଶେରଗଡ଼ ଅଞ୍ଚଳରେ ଘଟଣାକୁ ନେଇ ଚର୍ଚ୍ଚା । ବିଫଳ ପ୍ରେିମକର ଭୟଙ୍କର କାଣ୍ଡ
ଛାତ୍ରୀଙ୍କୁ ଅସଦାଚରଣ । ସ୍କୁଲରୁ ଫେରିବାବେଳେ ଛାତ୍ରୀଙ୍କୁ ଜୋର ଜବରଦସ୍ତି ସିନ୍ଦୁର ପିନ୍ଧାଇଲେ ଯୁବକ । ଏକତରଫା ପ୍ରେମରେ ବିଫଳ ହେବାରୁ ଯୁବକ ଏଭଳି କରିଥିବା ସୂଚନା ମଳିଛି ।
ଗଞ୍ଜାମ ଶେରଗଡ଼ ଥାନା ଅନ୍ତର୍ଗତ ସିନ୍ଧାଗୁଡା ଗ୍ରାମର ଜଣେ ନାବାଳିକାକୁ ଅସଦାଚରଣ କରିଛନ୍ତି ସେହି ଗାଁର ମାଧିଆ ଗୌଡ଼ । ଛାତ୍ରୀକୁ ତଳେ ପକାଇ ସିନ୍ଦୁର ପିନ୍ଧାଇ ଥିଲା ପରେ ମଙ୍ଗଳ ସୂତ୍ର ପିନ୍ଧାଇବାକୁ ଚେଷ୍ଟା କରିବାରୁ ଛାତ୍ରୀ ଜଣକ ଫୋଫାଡ଼ି ଦେଇ ସେଠାରୁ ଖସିବାରେ ସଫଳ ହୋଇଥିଲା । କିନ୍ତୁ ଏସବୁ ସମୟର ଭିଡିଓ ସେମାନେ ଉତ୍ତୋଳନ କରିଥିବା ନେଇ ଛାତ୍ରୀ ଅଭିଯୋଗ କରିଛନ୍ତି । ଏନେଇ ସେ ଶେରଗଡ଼ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛି । ଘଟଣାକୁ ତିନିଦିନ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି । ଝିଅର ଅଭିଯୋଗ ପ୍ରକାରେ ଏ ସବୁ ମୋବାଇଲ ରେ ଅନ୍ୟ ଜଣେ ରେକର୍ଡିଙ୍ଗ କରୁଥିଲା ।
More Stories
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି