ଜାମ୍ମୁ କାଶ୍ମୀର ବିଧାନସଭା ଅଧିବେଶନଆରମ୍ଭ ହେବା ଦିନଠୁ ଗୋଟିଏ ଦିନ ବି ଚାଲିପାରୁ ନାହିଁ ଗୃହ। ହୋ ହାଲ୍ଲା ହଙ୍ଗାମାରେ ଗୃହକାର୍ଯ୍ୟ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି ବାଚସ୍ପତି। ଗଣତନ୍ତ୍ରର ମନ୍ଦିର କମ୍ ମାଛ ମାର୍କେଟ ପରି ମନେ ହେଉଛି ବିଧାନସଭା। ଶାସକ ଓ ବିରୋଧୀ ଖାଲି କଥା କଟାକଟି ନୁହେଁ ବରଂ ହାତାହାତି ହୋଇଥିବା ଦେଖିବାକୁ ମିଳିଛି।
ଜମ୍ମୁକାଶ୍ମୀର ବିଧାନସଭା ଅଧିବେଶନ ଚାଲିଥିବାବେଳେ ଆଜି ମଧ୍ୟ କିଛି ଏମିତି ସ୍ଥିତି ଦେଖିବାକୁ ମିଳିଛି। ପୁଣି ଗୃହରେ ହଙ୍ଗାମା ସହ ବିଧାୟକଙ୍କ ମଧ୍ୟରେ ଠୋପେଲା ମଧ୍ୟ ହୋଇଛି।
ଗୁରୁବାର ଗୃହ କାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ହୋଇଥିଲା। ବିଜେପି ବିଧାୟକ ଭାରତ ମାତା କି ଜୟ ସ୍ଲୋଗାନ ଦେବା ସହ ପିଡିପି ନେତାଙ୍କ ବିରୋଧରେ ନାରାବାଜି କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ହୋ ହାଲ୍ଲା। ଧାରା ୩୭୦ ଫେରାଇବା ନେଇ ଦାବିରେ ବିଧାୟକ ଖୁର୍ସିଦ ଅହମ୍ମଦ ଶେଖ୍ ବ୍ୟାନର ଦେଖାଇଥିଲେ । ଏହି ସମୟରେ ପଛରୁ ଜଣେ ବିଧାୟକ ତାଙ୍କୁ ଆକ୍ରମଣ କରିଥିଲେ । ଏହା ପରେ ସ୍ଥିତି ଅସମ୍ଭାଳ ହୋଇଥିଲା । ହୋ ହାଲ୍ଲାରେ କମ୍ପିଥିଲା ଗୃହ । ବାଚସ୍ପତିଙ୍କ କଥାକୁ କର୍ଣ୍ଣପାତ କରି ନଥିଲେ ବିଧାୟକ । ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ବିଜେପି ବିଧାୟକଙ୍କୁ ଗୃହ ବାହାରକୁ ଟେକି ନେଇଥିଲେ ସେଠାରେ ଥିବା ମାର୍ସାଲଟ ।
ଗୃହରେ ଏପରି ସ୍ଥିତି ନେଇ ବିରୋଧୀ ଦଳ ନେତା ସୁନୀଲ ଶର୍ମା କହିଛନ୍ତି, ”ଏହା ଜମ୍ମୁ କାଶ୍ମୀର ଗଣତନ୍ତ୍ର ପାଇଁ କଳା ଦିନ । ଗତ ୩ ଦିନ ହେବ ବାଚସ୍ପତି ମାର୍ସାଲ ଆଇନ ଚଳାଇଛନ୍ତି । ବାଚସ୍ପତି ଏକ ନିର୍ଦ୍ଧିଷ୍ଟ ଦଳକୁ ସମର୍ଥନ କରୁଛନ୍ତି । ବିରୋଧୀଙ୍କ ସ୍ଵରକୁ ଚପାଇ ଦିଆଯାଉଛି । ଧାରା ୩୭୦ ଏବେ ଇତିହାସ। ଏହା ଉପରେ ବିତର୍କ ନ ହେଉ । ଆମେ ଏବେ ପାରାଲାଲ ବିଧାନସଭା ଚଳାଇବୁ ।”
ଗତକାଲି (ଗୁରୁବାର) ମଧ୍ୟ ସମାନ ପରିସ୍ଥିତି ହୋଇଥିଲା । ବିଧାୟକଙ୍କ ମଧ୍ୟରେ ଜୋରଦାର ମାରପିଟ ହୋଇଥିଲା । ଶାସକ ବିରୋଧୀ ପରସ୍ପର ଉପରେ ଟିପ୍ପଣୀ ଦେବା ସହ ଠେଲାପେଲା ହୋଇଥିଲେ । ଏଥିରେ ୩ ଜଣ ବିଜେପି ବିଧାୟକ ଆହତ ହୋଇଥିଲେ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ