ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ବା ଚେହେରା ପ୍ରମାଣିକରଣ ପ୍ରଯୁକ୍ତି ମାଧ୍ୟମରେ ପେନସନଭୋଗୀଙ୍କ ନିମନ୍ତେ ଜୀବନ ପ୍ରମାଣପତ୍ର ଦାଖଲକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏଣିକି ପେନସନ ଉପଭୋକ୍ତା ମାନଙ୍କୁ ସେମାନଙ୍କର ଲାଇଫ ସାର୍ଟିଫିକେଟ ପ୍ରଦାନ କରିବା ପାଇଁ ଆଉ ବ୍ୟାଙ୍କ ଦୌଡ଼ିବାକୁ ପଡିବ ନାହିଁ।
କେନ୍ଦ୍ର ସରକାରଙ୍କ ପେନସନ ଓ ପେନସନ କଲ୍ୟାଣ ବିଭାଗ ପକ୍ଷରୁ ଲୋକ ମାନଙ୍କର ସୁବିଧା ଯୋଗାଇଦେବା ଲକ୍ଷରେ ସ୍ୱତନ୍ତ୍ର ଭାବେ ଡିଜିଟାଲ ଲାଇଫ ସାର୍ଟିଫିକେଟ ବ୍ୟବସ୍ଥା ଗ୍ରହଣ କରାଯାଅଛି। ଯାହା ଦ୍ୱାରା ଘରେ ବସି ଯେକୌଣସି ସ୍ଥାନରୁ ଏଣିକି ପେନସନ ଉପଭୋକ୍ତା ମାନେ ସେମାନଙ୍କର ଲାଇଫ ସାର୍ଟିଫିକେଟ ଅନଲାଇନ ମାଧ୍ୟମରେ ସ୍ୱତନ୍ତ୍ର ଆପରେ ପ୍ରଦାନ କରିପାରିବେ। ଏହି ବିଶେଷ ବ୍ୟବସ୍ଥାରେ ସାଧାରଣ ପେନସନ ଉପଭୋକ୍ତାଙ୍କ ସମେତ ଅସହାୟ, ଭିନ୍ନକ୍ଷମ ତଥା ମେଡିକାଲ ଅସୁବିଧା ଭୋଗୁଥିବା ପେନସନ ଉପଭୋକ୍ତା ମାନେ ବିଶେଷ ସୁବିଧା ପାଇପାରିବେ।
ଆଜି ପୁରୀରେ ଥିବା ବ୍ୟାଙ୍କ ଅଫ ବରୋଦା ଠାରେ ଏ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ପେନସନ ଓ ପେନସନ ଭୋଗୀ କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ ଅନିଲ ବଂସଲ ଯୋଗଦାନ କରି ସାଧାରଣ ଲୋକ ମାନଙ୍କୁ ଏହି ନୂତନ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଇବା ସହ ଅନେକ ଉପଭୋକ୍ତାଙ୍କ ଡିଜିଟାଲ ଲାଇଫ ସାର୍ଟିଫିକେଟ ଆପରେ ପଞ୍ଜିକୃତ ମଧ୍ୟ କରାଇଥିଲେ। ସରକାରଙ୍କର ଏହି ବ୍ୟବସ୍ଥା ସ୍ୱତନ୍ତ୍ର ଭାବେ ହୋଇଥିବା ବେଳେ ଏଣିକି ପେନସନ ଭୋଗୀ ମାନେ କଷ୍ଟ ପାଇବେ ନାହିଁ ତଥା ସେମାନଙ୍କର ସଠିକ ପାଞ୍ଜିକରଣ ହୋଇପାରିବ।
ସେହିପରି ଆଗାମୀ ଦିନରେ ଏହି ବ୍ୟବସ୍ଥା ସାମଗ୍ରିକ ବ୍ୟବସ୍ଥା ଅଭିବୃଦ୍ଧିରେ ସହାୟକ ହେବାକୁ ଯାଉଥିବା ବେଳେ ଏପରି ବ୍ୟବସ୍ଥାକୁ ନେଇ ସାଧାରଣ ପେନସନ ଉପଭୋକ୍ତା ମାନେ ବେଶ ଖୁସି ପ୍ରକଟ କରିଥିଲେ। ଲାଇଫ ସାର୍ଟିଫିକେଟ ପ୍ରଦାନ ନେଇ ପେନସନ ଉପଭୋକ୍ତା ମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା କଷ୍ଟରୁ ଏଣିକି ଖ୍ୟାନ୍ତି ମିଳିବା ନେଇ ଉପଭୋକ୍ତା ମାନେ ସରକାରଙ୍କ ଏପରି ବ୍ୟବସ୍ଥାକୁ ସାଧୁବାଦ ଜଣାଇଛନ୍ତି।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ