ସମସ୍ତଙ୍କୁ କନ୍ଦାଇଲାଣି ରସୁଣ । ଖାଉଟିଙ୍କୁ କଲବଲ କରୁଛି ରସୁଣ । ଆଉ ହାତ ମାରି ହେଉନି । ବଢି ଚାଲିଛି ହୁ ହୁ ରେଟ୍ । ସବୁ ପରିବାଠୁ ଅଧିକ ଦର ରହିଛି ରସୁଣର । ହଁ ଆଜ୍ଞା ବର୍ତ୍ତମାନ ରସୁଣ ଦାମ ପୁଣି ଲୋକଙ୍କୁ କଷ୍ଟ ଦେଇଛି ।
୧୫ ଦିନରେ ଭିତରେ ରସୁଣ ଦର ଆକାଶ ଛୁଆଁ ।
କେତେବେଳେ ପିଆଜ ତ କେତେ ବେଳେ ରସୁଣ ଏଭଳି ଖାଉଟିଙ୍କୁ କନ୍ଦାଇ ଚାଲିଛି । ଏ ରସୁଣ ଦର ଯାହା ହେଲାଣି ଖାଉଟି ୧୦୦ଗ୍ରାମ କିଣିବା ବେଳେ ବି ଅନେକ ଥର ଚିନ୍ତା କରୁଛନ୍ତି । ଆଉ ରସୁଣ କେହି ଖାଇ ବେନି ବୋଲି କହିଲେଣି ଗ୍ରାହକ । କିଲୋ ପିଛା ୪୦-୫୦ରୁ ୫୦୦ ଟଙ୍କା ହେଲାଣି । ବଜାରରେ ରସୁଣ ପ୍ରାୟ ଗାଏବ୍ ହେବା ସ୍ଥିତିରେ । ଯାହା କିଛି ରସୁଣ ମିଳୁଛି ସେଥିରେ ହାତ ମାରି ହେଉନି ।
ଦାମ ଶୁଣି ଲୋକ କିଣିବାକୁ ଯିବାକୁ ଡ଼ରୁଛନ୍ତି । ଏବେ କିଲୋ ପିଛା ୪୦୦ରୁ ୫୦୦ଟଙ୍କାରେ ରେ ବିକ୍ରି ହେଉଛି ରସୁଣ । ଚିକେନ୍ ପ୍ରାଇସ ଠାରୁ ବି ଅଧିକ ରେଟ୍ ରହିଛି । ଖାଉଟି ଏବେ ଛାନିଆ । ଯଦି ଯୋଗାଣ ବିଭାଗ ଏନେଇ ଧ୍ୟାନ ନ ଦେବ ତେବେ ତାହା ଆଳୁ ଭଳି ସ୍ଥିତି ଆଣି ପାରେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା