ୟୁକ୍ରେନ୍: ମାର୍ଚ୍ଚ ୦୩: ୟୁକ୍ରେନ୍-ଋଷ୍ ଯୁଦ୍ଧର ସପ୍ତମ ଦିନରେ କିଭ ଏବଂ ଖାର୍କିଭ ସମେତ ଅନେକ ପ୍ରମୁଖ ସହରକୁ ଟାର୍ଗେଟ୍ କରିଛି ଋଷ। ଏହାର ପ୍ରତିବାଦରେ ୟୁକ୍ରେନର ସାଧାରଣ ନାଗରିକଙ୍କୁ ହତିଆର ଧରି ଯୁଦ୍ଧରେ ସାମିଲ ହେବାକୁ ଦିଆଯାଇଛି ଆହ୍ୱାନ । ତେବେ ଏହାରି ଭିତରେ ମିସ୍ ୟୁକ୍ରେନ ଆନାସ୍ତାସିଆ ଲେନା ମଧ୍ୟ ବନ୍ଧୁକ ଧରିଥିବା ଏକ ପୋଷ୍ଟ ଇନଷ୍ଟାଗ୍ରାମରେ ବେଶ୍ ଭାଇରାଲ ହୋଇଥିଲା । ତେବେ ଏହାକୁ ଦେଖି ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା ଯେ ଲେନା ମଧ୍ୟ ଅସ୍ତ୍ର ଧରି ସେନାରେ ସାମିଲ ହେବେ । କିନ୍ତୁ ଏହା ସତ ନୁହେଁ ବୋଲି ସେ ନିଜେ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ମୁଁ କୌଣସି ସୈନିକ ନୁହେଁ । ସେନାରେ ସାମିଲ ହୋଇ ଯୁଦ୍ଧ ମଧ୍ୟ କରି ପାରିବିନି । କିନ୍ତୁ ମୋ ଦେଶକୁ ମୁଁ ଭଲ ପାଏ । ତେବେ ତାଙ୍କର ଏହି ବୟାନ ପରେ ସାଧାରଣରେ ସମସ୍ତ ଗୁଜବ ବନ୍ଦ ହୋଇଥିବା ଜଣା ପଡିଛି । ତାଙ୍କର ସେହି ପୋଷ୍ଟକୁ ୟୁକ୍ରେନୀୟଙ୍କ ମନୋବଳ ବଢାଇବା ପାଇଁ ବ୍ୟବହାର କରାଯାଇଥିଲା ।
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ