ବିବାହ ବିଚ୍ଛେଦ ପରେ ବି ପୁଅର ଜନ୍ମଦିନକୁ ଏକାଠି ପାଳିଛନ୍ତି ସାନିଆ ଓ ଶୋଏବ । ଉଭୟ ସାନିଆ ଓ ଶୋଏବ ନିଜ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପୁଅ ପାଇଁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ଶୋଏବ ଇଜହାନଙ୍କ ଜନ୍ମଦିନର କେକ୍ କାଟିବାର ଏକ ଭିଡିଓ ସେୟାର କରିଛନ୍ତି। ଇଜାନଙ୍କ କେକ୍ କାର-ଥିମ୍ ମଫିନ୍ ଦ୍ୱାରା ଘେରି ରହିଥିଲା, ବିଏମଡବ୍ଲୁ, ଅଡି, ବୁଗାଟୀ, ପୋର୍ଚେ, ଏବଂ ଫେରେରୀ ଭଳି ବ୍ରାଣ୍ଡ ସହିତା କେକ୍ ଟି ଅତି ସୁନ୍ଦର ହୋଇଥିଲା ।
ଶୋଏବ ମଲିକ ଏବଂ ସାନିଆ ମିର୍ଜା ଏପ୍ରିଲ 2010 ରେ ହାଇଦ୍ରାବାଦରେ ବିବାହ କରିଥିଲେ ଏବଂ ଦୁବାଇରେ ରହିବା ଆରମ୍ଭ କରିଥିଲେ। ଅକ୍ଟୋବର 2018 ରେ ସେମାନେ ତାଙ୍କର ପୁଅ ଇଜାନ ମିର୍ଜା ମଲିକ ଦୁନିଆକୁ ଆସିଥିଲା । ଇଜାନ ବର୍ତ୍ତମାନ ସାନିଆଙ୍କ ସହ ରହୁଛନ୍ତି ।
ଜାନୁଆରୀ 20, 2024 ରେ ଶୋଏବ ମଲିକ ସୋସିଆଲ ମିଡିଆରେ ଘୋଷଣା କରିଥିଲେ ଯେ ସେ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କ ସହ ପୁନଃ ବିବାହ କରିଛନ୍ତି। ଏହାର ଜବାବରେ ସାନିଆଙ୍କ ପରିବାର ଏକ ବିବୃତ୍ତି ଦେଇଛନ୍ତି। “ସାନିଆ ସର୍ବଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ସର୍ବସାଧାରଣଙ୍କ ଆଖିରୁ ଦୂରେଇ ରଖିଛନ୍ତି। ତଥାପି, ଆଜି ଶୋଏବ ଏବଂ ସେ କିଛି ମାସ ହେଲା ଛାଡପତ୍ର ହୋଇଥିବାର ସେୟାର କରିବାର ଆବଶ୍ୟକତା ଆସିଛି। ସେ ଶୋଏବଙ୍କୁ ତାଙ୍କର ନୂତନ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଉଛି!
Nice blog here Also your site loads up fast What host are you using Can I get your affiliate link to your host I wish my web site loaded up as quickly as yours lol