The Topmost

“The eyes believe themselves, the ears believe other people.”

ବିଶ୍ବର ମାରାତ୍ମକ ଦେଶ ତାଲିକା ଶୀର୍ଶରେ ପାକିସ୍ତାନ୍

ବିଶ୍ୱରେ ପାକିସ୍ତାନର ଅପମାନ ନୂଆ କଥା ନୁହେଁ। ପ୍ରତ୍ୟେକ ପ୍ରସଙ୍ଗରେ ପାକିସ୍ତାନର ଅପମାନ ହେଉଥିଲେ ବି ଏଥିରେ ତାକୁ କୌଣସି ଫରକ ପଡେନି। ଏଥିରେ ପାକିସ୍ତାନକୁ ୱାର୍ଲଡ ଜଷ୍ଟିସ୍ ପ୍ରୋଜେକ୍ଟ (ଡବ୍ଲୁଜେପି) ରୁଲ ଅଫ ଲ ଇଣ୍ଡେକ୍ସ ୨୦୨୪ରେ ସବୁଠୁ ନିମ୍ନ ସ୍ଥାନ ମିଳିଛି। ଏହି ଇଣ୍ଡେକ୍ସରେ ବିଶ୍ୱର ୧୪୨ ଦେଶଙ୍କୁ ସାମିଲ କରାଯାଇଛି।

ଏଥିରେ ପାକିସ୍ତାନର ସ୍ଥାନ ୧୪୦ରେ ରହିଛି। ଅର୍ଥାତ ଏହି ଦେଶର ଆଇନଶୃଙ୍ଖଳା ଏତେ ମାତ୍ରାରେ ଖରାପ ଯେ ଏହାକୁ ବିଶ୍ୱର ତୃତୀୟ ସବୁଠୁ ଖରାପ ଦେଶର ମାନ୍ୟତା ମିଳିଛି। ପାକିସ୍ତାନ ପଛକୁ ମାଲି ଓ ନାଇଜେରିଆ ଭଳି ଦୁଇଟି ଦେଶ ଅଛନ୍ତି।

ରୁଲ ଅଫ ଇଣ୍ଡେକ୍ସ ୨୦୨୪ ସୂଚୀର ପ୍ରଥମ ସ୍ଥାନରେ ଡେନମାର୍କ ରହିଛି। ଏହା ପଛକୁ ଦ୍ୱିତୀୟ ସ୍ଥାନରେ ନରୱେ ଥିବା ବେଳେ ତୃତୀୟ ସ୍ଥାନରେ ଫିନଲ୍ୟାଣ୍ଡ, ଚତୁର୍ଥ ସ୍ଥାନରେ ସ୍ୱିଡେନ, ପଞ୍ଚମ ସ୍ଥାନରେ ଜର୍ମାନୀ ରହିଛି। ଏହି ସୂଚୀକୁ ଡବ୍ଲୁଜେପି ଜାରି କରିଛନ୍ତି। ଏହି ତାଲିକା ସବୁ ବର୍ଷ ଜାରି ହୁଏ, ଯେଉଁଥିରେ ବିଭିନ୍ନ କାରକ ଆଧାରରେ ଦେଶଙ୍କ ମୂଲ୍ୟାୟନ କରାଯାଏ। ଏଥିରେ ଯେଉଁ ମୁଖ୍ୟ ୮ଟି କାରକ ଉପରେ ଧ୍ୟାନ ଦିଆଯାଏ ସେଥିରେ ସରକାରୀ ଶକ୍ତି ଉପରେ କଟକଣା, ଭ୍ରଷ୍ଟାଚାରର ଅନୁପସ୍ଥିତି, ମୁକ୍ତ ସରକାର, ମୌଳିକ ଅଧିକାର, ବ୍ୟବସ୍ଥା ଓ ସୁରକ୍ଷା, ନିୟାମକିୟ ପ୍ରବର୍ତ୍ତନ, ନାଗରିକ ନ୍ୟାୟ ଓ ଅପରାଧିକ ନ୍ୟାୟ ମଧ୍ୟ ସାମିଲ ରହିଛି।

ରୁଲ ଅଫ ଇଣ୍ଡେକ୍ସ ୨୦୨୪ ଅନୁସାରେ ଆଇନର ଶାସନ ସୂଚକାଙ୍କରେ ପାକିସ୍ତାନର ସ୍ଥାନ ୧୪୨ ଦେଶଙ୍କ ମଧ୍ୟରୁ ୧୨୯ତମ ସ୍ଥାନରେ ରହିଛି। ଏହା ଛଡା ସରକାରୀ ଶକ୍ତି ଉପରେ ପ୍ରତିବନ୍ଧକ ମାମଲାରେ ପାକିସ୍ତାନ ୧୦୩ତମ ସ୍ଥାନରେ ରହିଛି। ଭ୍ରଷ୍ଟାଚାର ନିମନ୍ତେ ୧୨୦ତମ ସ୍ଥାନରେ ଥିବା ବେଳେ ଗଣତାନ୍ତ୍ରିକ ସରକାର ନିମନ୍ତେ ୧୦୬ତମ ସ୍ଥାନ ମିଳିଛି। ସେହିପରି ମୌଳିକ ଅଧିକାର ନିମନ୍ତେ ୧୨୮ତମ ସ୍ଥାନ ମିଳିଥିବା ବେଳେ ଅପରାଧିକ ନ୍ୟାୟ ନିମନ୍ତେ ୯୮ତମ ସ୍ଥାନରେ ରହିଛି।

ଇଣ୍ଡେକ୍ସରେ ୬ ଦକ୍ଷିଣ ଏସିୟ ଦେଶଙ୍କ ମଧ୍ୟରେ ପାକିସ୍ତାନ ଓ ଆଫଗାନିସ୍ତାନ ସବୁଠୁ ନିମ୍ନ ସ୍ତରରେ ଅଛନ୍ତି। ରୁଲ ଅଫ ଲ ଇଣ୍ଡେକ୍ସ ୨୦୨୪ରେ ଅଧିକାଂଶ ଦେଶଙ୍କ ରାଙ୍କିଙ୍ଗରେ ହ୍ରାସ ଦେଖାଯାଇଛି। ଏଥିରେ ୧୪୨ ଦେଶଙ୍କ ସୂଚୀରେ ଭାରତର ରାଙ୍କ ୯୮ ରହିଛି। ଯାହା ଭାରତକୁ ଅତ୍ୟନ୍ତ ସମ୍ମାନଜନକ ସ୍ଥାନରେ ଦେଇ ନଥିଲେ ହେଁ ଅସମ୍ମାନ ସ୍ଥାନରେ ମଧ୍ୟ ନାହିଁ।