କରଣ ଜୋହର, ଏକ ବିରାଟ ବିକ୍ରୟ ପାଇଁ ନିକଟରେ ହେଡଲାଇନ ପାଲଟିଛନ୍ତି | ନିର୍ଦ୍ଦେଶକ କମ ପ୍ରଯୋଜକ ତାଙ୍କ ପ୍ରଡକ୍ସନ୍ କମ୍ପାନୀ ଧର୍ମା ପ୍ରଡକ୍ସନ୍ସରେ 50% ଅଂଶ ଆଦାର ପୁନାୱାଲାଙ୍କ ସେରେନ୍ ପ୍ରଡକ୍ସନ୍ସକୁ ବିକ୍ରି କରିଛନ୍ତି | କରଣ ଜୋହର ନିକଟରେ ତାଙ୍କ ଉତ୍ପାଦନ କମ୍ପାନୀ ଧର୍ମ ପ୍ରଡକ୍ସନ୍ସର ଅଧା ଅଂଶ ଆଡାର ପୁନାୱାଲାଙ୍କ ସେରେନ ପ୍ରଡକ୍ସନ୍ସକୁ ବିକ୍ରି କରିଥିଲେ। ଦୁଇ କମ୍ପାନୀ ମଧ୍ୟରେ ସହଭାଗୀତା କେବଳ ଭାରତ ପାଇଁ ନୁହେଁ, ବରଂ ବିଶ୍ୱ ଦର୍ଶକଙ୍କ ପାଇଁ ଆକର୍ଷଣୀୟ ବିଷୟବସ୍ତୁ ସୃଷ୍ଟି ଦିଗରେ ଏକ ରଣନୀତିକ ପଦକ୍ଷେପ ବୋଲି କରନ ଜୋହର କହିଛନ୍ତି ।
କରନ ନିଜର ପୋଷ୍ଟରେ କହିଛନ୍ତି ଯେ, ବର୍ତ୍ତମାନ ଧର୍ମା ପ୍ରଡକ୍ସନ୍ ଏକ ଦୁର୍ବଳ ସ୍ଥିତି ଦେଇ ଗତି କରୁଛି । ସେଥିପାଇଁ ମୁଁ ଏପରି ପଦକ୍ଷେପ ନେଇଛି । ତେବେ ଏହା ମୋ କମ୍ପାନୀକୁ ବିକିବା କହିଲେ ଠିକ୍ ହେବ ନାହିଁ । ବରଂ ଏହାର ଶେୟାରକୁ ମୁଁ ବିକ୍ରି କରିଛି । ତେବେ ନିକଟରେ ପ୍ରକାଶ ପାଇଥିବା ଫିଲ୍ମ ଜିଗ୍ରାକୁ ନେଇ ବହୁ କଣ୍ଟ୍ରୋଭର୍ସି ସୃଷ୍ଟି ହୋଇଥିଲା ।
ଏହି ଫିଲ୍ମକୁ ନେଇ ଦିବ୍ୟା ଖୋସଲା କୁମାର ଏକ ଆପତ୍ତିଜନକ ଭିଡିଓ ଶେୟାର କରିଥିଲେ । ଯେଉଁଥିରେ ସେ କହିଥିଲେ କି, ଜିଗ୍ରା ଫିଲ୍ମ ହଲ ସମ୍ପୂର୍ଣ୍ଣ ଖାଲି ପଡିଛି । ବକ୍ସ ଅଫିସରେ ଏହାର ଆମଦାନୀକୁ ନେଇ ମିଛ ରିପୋର୍ଟ ଦେଖାଯାଉଛି । ଏହି ଘଟଣା ପରେ ଧର୍ମା ପ୍ରଡକ୍ସନକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିବା ଦେଖାଦେଇଥିଲା । ସେଥିପାଇଁ ଏହାର ଶେୟାର ମଧ୍ୟ ଘଟିଥିଲା । ଏପରି ପରିସ୍ଥିତିରେ ଆହୁରି କ୍ଷତି ସହିବା ଅପେକ୍ଷା କରନ୍ ଏପରି ଏକ ପଦକ୍ଷେପ ନେବାକୁ ଠିକ୍ ମନେକଲେ ବୋଲି କହିଛିନ୍ତି ।
More Stories
ଦମଦାର ଅଭିନୟରେ ଦର୍ଶକ ଘାଇଲା..
ମୁସଲିମ୍ ବିବାହ ପରେ ସ୍ବରାଙ୍କ ରୂପକୁ ନେଇ ବିବାଦ
ଭାରତୀୟ ଗାର୍ଡର ପ୍ରେମରେ ପଡି ସ୍ବାମୀ ଓ ପୁଅକୁ ଛାଡିଲେ ବ୍ରାଜିଲିଆନ୍ ମହିଳା