The Topmost

“The eyes believe themselves, the ears believe other people.”

ଲକ୍ଷ୍ମୀ ବସକୁ ବିରୋଧ, 24 ଘଣ୍ଟା ଚାଲିବନି କୌଣସି ବସ୍

ଟାୟାର ୨ ଲକ୍ଷ୍ମୀ ବସ୍ ଚଳାଚଳକୁ ଫୁଲବାଣୀ ଘରୋଇ ବସ୍ ମାଲିକ ସଂଘ ବିରୋଧ କରିଛନ୍ତି । ସୋମବାର ସନ୍ଧ୍ୟା ୬ଟା ଠାରୁ ୮ ତାରିଖ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସାମ୍ବାଦିକ ସମ୍ବିଳନୀରେ ସଂଘର ସଭାପତି ପ୍ରଶାନ୍ତ ପାତ୍ର ଏବଂ ସମ୍ପାଦକ ଅକ୍ଷୟ ପଟ୍ଟନାୟକ କହିଛନ୍ତି ।

ରାଜ୍ୟର ଦକ୍ଷିଣାଞ୍ଚଳ ଏବଂ ପଶ୍ଚିମାଞ୍ଚଳର ପ୍ରାୟ ୨୦ଟି ଘରୋଇ ବସ୍ ମାଲିକ ସଂଘ ଏହି ବନ୍ଦ ଡାକରା ଦେଇଥିବା ବେଳେ ଏଥିରେ ଫୁଲବାଣୀ ବସ୍ ମାଲିକ ସଂଘ ସାମିଲ ହୋଇଛି । ସଂଘର କହିବା ଅନୁସାରେ, ବିଗତ ସରକାର ନିର୍ବାଚନକୁ ଦୃଷ୍ଟିରେ ରଖି ଲକ୍ଷ୍ମୀ ବସ୍ ଚଳାଚଳ ଆରମ୍ଭ କରିଥିଲେ । ଏହାର ପରିଣାମ ସରକାରଙ୍କୁ ଭୋଗିବାକୁ ପଡ଼ିଛି । ଗୋଟିଏ ଏଜେନ୍ସୀକୁ ଉଚ୍ଚା ଦର ଦେଇ ସରକାର ପଞ୍ଚାୟତରୁ ବ୍ଲକ ମୁଖ୍ୟକୁ ଗୁଡ଼ିକୁ ଲକ୍ଷ୍ମୀ ବସ୍ ଚଳାଇଛନ୍ତି । ବର୍ତ୍ତମାନ ପୁଣି ବ୍ଲକରୁ ସହର ଏବଂ ଜିଲ୍ଲା ମୁଖ୍ୟକୁ ଲକ୍ଷ୍ମୀ ବସ୍ ଚଳାଇବା ପାଇଁ ଯୋଜନା କରୁଛନ୍ତି । ଏହାଦ୍ୱାରା ଘରୋଇ ବସ୍ ଗୁଡ଼ିକ ଚାଲିବ ନାହିଁ ଏବଂ ମାଲିକ ମାନେ କ୍ଷତିଗ୍ରସ୍ତ ହେବେ । ଏ ବାବଦରେ ପୂର୍ବରୁ ସରକାରଙ୍କ ସହିତ ଆଲୋଚନା କରାଯାଇଥିଲେ ମଧ୍ୟ ସରକାର ଏହା ଉପରେ କୌଣସି ବିଚାର ନକରି ଘରୋଇ ବସ୍ ମାଲିକ ସଂଘ ଗୁଡ଼ିକୁ ଆରଟିଓ ମାଧ୍ୟମରେ ଲକ୍ଷ୍ମୀ ବସ୍ ଚଲାଇବା ପାଇଁ ସମୟ ଦେବାକୁ ବାଧ୍ୟ କରୁଛନ୍ତି । ତେଣୁ ଏହାକୁ ରାଜ୍ୟର ଦକ୍ଷିଣାଞ୍ଚଳ ଏବଂ ପଶ୍ଚିମାଞ୍ଚଳ ବସ୍ ମାଲିକ ମାନେ ବିରୋଧ କରି ଏହି ବନ୍ଦ ଡାକରା ଦେଇଥିବା କହିଛନ୍ତି ।

SHARE BY