The Topmost

“The eyes believe themselves, the ears believe other people.”

ଦୁଇ ଶହ କୋଟି ସୁନା ଓ ଚାନ୍ଦିରେ ଝଲସିବ କଟକ ଦଶହରା ପୂଜା

ଚଉତିରିଶ ଚାନ୍ଦି ମେଢ଼, ହାରାହାରି ହିସାବରେ ଗୋଟିକୁ ଅଢ଼େଇରୁ ସାଢ଼େ ତିନି କ୍ବିଣ୍ଟାଲ୍ ଧରିଲେ ମୋଟ ଶହେ କ୍ବିଣ୍ଟାଲ ଚାନ୍ଦି। ରୁପାର ବଜାର ଦର ଓ ତାରକସି କାରିଗରି ଗଢ଼ା ମୂଲ୍ୟ ମିଶାଇଦେଲେ ପାଖାପାଖି ଶହେ କୋଟି। ସେମିତି, ମାଙ୍କ ମୁକୁଟ ଓ ଆଭୂଷଣଠୁ ଆରମ୍ଭ କରି ପାର୍ଶ୍ବ ଦେବାଦେବୀଙ୍କ ମୁକୁଟ,ଅଳଙ୍କାର, ଅସ୍ତ୍ରଶସ୍ତ୍ରକୁ ମିଶାଇଦେଲେପ୍ରାୟ ୧ କ୍ବିଣ୍ଟାଲ ସୁନା।

ଗଢ଼ା ମୂଲ୍ୟ ସହ ଦାମ୍ ଛୁଇଁଯିବ ଆଉ ଶହେ କୋଟି ଏସବୁର ସ୍ତାହବ୍ୟାପୀ ଉନ୍ମୁକ୍ତ ପ୍ରଦର୍ଶନୀ ହେବ ପୂଜାମଣ୍ଡପରେ। ସୁନା-ଚାନ୍ଦିର ଆଟୋପରେ ଐଶ୍ବର୍ଯ୍ୟରେ, ଔଜଲ୍ୟରେ ଝଲସିବମାଙ୍କ ମଣ୍ଡପ। କଟକ ଦଶହରା ଏହି ଆଖିଝଲସା ବିଭବକୁ ନେଇ ପ୍ରମେୟ ର ସ୍ବତନ୍ତ ପ୍ରତିବେଦନ।

ତାରକସି କାମ ପାଇଁ ରୌପ୍ୟନଗରୀ କୁହାଯାଉଥିବା କଟକକୁ ଯଥାର୍ଥ ଭାବେ ରୁପାରେ ସଜେଇଛି ଏହାର ଦଶହରା । କଟକ ଦଶହରାର ସବୁଠୁ ବଡ଼ ଆକର୍ଷଣ ହେଉଛି ରୁପା ତାରକସି କାମରେ ପରିପୂର୍ଣ୍ଣ ଚାନ୍ଦି ମେଢ଼ । କଟକରେ ଅଦ୍ୟାବଧି ୩୩ଟି ଚାନ୍ଦିମେଢ ରହିଛି । ଚଳିତବର୍ଷ ଚାନ୍ଦିମେଢ କ୍ଲବ୍ରେ ସାମିଲ୍ ହେବାକୁ ଯାଉଛନ୍ତି କନିକାରୋଡ୍ରାମଗଡ଼ ବନଦୁର୍ଗା ପୂଜା କମିଟି ଓ ତୁଳସୀପୁର ଦୁର୍ଗାପୂଜା କମିଟି । ତେଣୁ ଚଳିତ ବର୍ଷ ଦୁର୍ଗାପୂଜା ଆରମ୍ଭ ହେବା ସହ କଟକର ଚାନ୍ଦିମେଢ ସଂଖ୍ୟା ୩୫ରେ ପହଞ୍ଚିବ ।

୧୯୫୬ ମସିହାରେ କଟକର ପ୍ରଥମଚାନ୍ଦି ମେଢ ପ୍ରତିଷ୍ଠା କରିଥିଲା ଚୌଧୁରୀବଜାର ଶ୍ରୀଶ୍ରୀ ଦୁର୍ଗା ପଞ୍ଚାୟତ କମିଟି । ଏହାର ପ୍ରାୟ ୩୫ବର୍ଷ ପରେ କଟକଚଣ୍ଡୀ ରୋଡ୍-ଶେଖ୍ବଜାର ପୂଜା କମିଟି ୧୯୯୧ ମସିହାରେ କଟକ ଦୁର୍ଗାପୂଜାର ଚମକ ବୃଦ୍ଧି କରି ଦ୍ୱିତୀୟ ଚାନ୍ଦିମେଢ ନିର୍ମାଣ କରିବାର ଗୌରବ ଅର୍ଜନ କରିଥିଲା । ପରକୁ ପର କଟକ ସହରର ବହୁ ପୂଜା କମିଟି ଚାନ୍ଦିମେଢ ତିଆରି କରିବାକୁ ଆଗେଇଲେ । ଚଳିତବର୍ଷ ଦଶହରା ସୁଦ୍ଧା ଏହି ସଂଖ୍ୟା ୩୫ରେ ପହଞ୍ଚିବ ।

ପ୍ରତ୍ୟେକ ପୂଜା କମିଟିର ଚାନ୍ଦିମେଢ ଓ ସାଜସଜ୍ଜା ୨ କ୍ୱିଣ୍ଟାଲ୍ରୁ ଆରମ୍ଭ କରି ୪ କ୍ୱିଣ୍ଟାଲ୍ ପର୍ଯ୍ୟନ୍ତ ରହିଛି । ତେଣୁ ଏହି ହିସାବରେ ୩୪ଟି ଚାନ୍ଦିମେଢର ମୋଟ୍ ଓଜନ ଦେଖିଲେ ପ୍ରାୟ ୧୦୦ କ୍ୱିଣ୍ଟାଲ୍ରୁ ଅଧିକ ହେବ । ଆଜିର ସମୟରେ ଏହି ଶହେ କ୍ୱିଣ୍ଟାଲ୍ ଓଜନର ଚାନ୍ଦି ମୂଲ୍ୟ ଶହେ କୋଟି ଟଙ୍କା । ତାରକସିର ଗଢା ମୂଲ୍ୟ ମିଶାଇଲେ ଏହି ପରିମାଣ ଆହୁରି ୧୦ କୋଟି ଟଙ୍କା ବଢିବ ।

କେବଳ ଚାନ୍ଦି ନୁହଁ, ବରଂ ପୂଜା କମିଟିମାନେ ଏଣିକି ସୁନା ବ୍ୟବହାର ନେଇ ମଧ୍ୟ ପ୍ରତିଯୋଗିତା ଆରମ୍ଭ କରିସାରିଛନ୍ତି । ୧୯୯୩ ମସିହାରେ ଚୌଧୁରୀବଜାର କମିଟି ଦେବୀ ଦୁର୍ଗାଙ୍କ ଲାଗି ସାଢେ ତିନିକିଲୋ ଓଜନର ପ୍ରଥମ ସୁନା ମୁକୁଟ ନିର୍ମାଣ କରି ସାରା ଓଡ଼ିଶାରେ ଚହଳ ପକାଇଥିଲା । ଏହା ପରଠାରୁ ଅନ୍ୟ ପୂଜା କମିଟିମାନେ ସୁନାମୁକୁଟ ଟ୍ରେଣ୍ଡ୍ରେ ଆଗେଇଲେ । ଏଯାବତ୍ ଶେଖ୍ବଜାର, ରାଣୀହାଟ, ଚାଉଳିଆଗଞ୍ଜ, ଖାନ୍ନଗର, କାଠଗଡ଼ାସାହି, ମଙ୍ଗଳାବାଗ୍ ଭଳି ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ମସ୍ତକରେ ସୁନାମୁକୁଟ ଶୋଭା ପାଇସାରିଛି। କେବଳ ସୁନା ମୁକୁଟ ନୁହେଁ, ମା’ଙ୍କ ଲାଗି ସୁନା ଆଭୂଷଣ, ସାଜସଜ୍ଜା, ହାର, ପାଶ୍ୱର୍ ଦେବାଦେବୀଙ୍କ ଲାଗି ସୁନା ମୁକୁଟ କରିବାକୁ ମଧ୍ୟ ପୂଜା କମିଟି କାର୍ଯ୍ୟକର୍ତ୍ତାମାନେ ଗୁରୁତ୍ୱ ଦେଇଆସୁଛନ୍ତି । ଏମିତିକି ଚୌଧୁରୀବଜାର ଆଜକୁ ୧୧ବର୍ଷ ତଳୁ ଚାନ୍ଦିମେଢରେ ସୁନା କାମ କରିବା ଆରମ୍ଭ କରିସାରିଛି । ସୁନା କଲିକା ନିର୍ମାଣ କରି ସମସ୍ତଙ୍କୁ ଆଚମ୍ବିତ କରିଛି ।

ସେହିପରି ଅନେକ ପୂଜା କମିଟି ସୁନାମୁକୁଟ ନକରି ମଧ୍ୟ ମା’ଙ୍କ ଲାଗି ସୁନା କାନଫୁଲ, ହାର, ନୋଥ, ଟିକିଲି, ସିନ୍ଥି ଆଦି ନିର୍ମାଣ କରିଛନ୍ତି । ତେଣୁ କଟକ ଦୁର୍ଗାପୂଜାରେ ମୋଟ୍ ସୁନାର ହିସାବ ଦେଖିଲେ ୧୦୦ କିଲୋରୁ ଅଧିକ ହେବ, ଯାହାର ବଜାର ମୂଲ୍ୟ ଆଜିର ଦିନରେ ୮୦ କୋଟି ଟଙ୍କା । ଗଢାମୂଲ୍ୟ ମିଶାଇଲେ କଟକ ଦୁର୍ଗାପୂଜାରେ ବ୍ୟବହୃତ ସୁନାମୂଲ୍ୟ ଶହେ କୋଟି ଟଙ୍କା ଛୁଇଁବ ।

ଚାନ୍ଦିମେଢ଼ ମଣ୍ଡପ

ଚୌଧୁରୀବଜାର, କଟକ ଚଣ୍ଡୀରୋଡ୍, ଶେଖ୍ବଜାର, ବାଲୁବଜାର, ଅଲିଶାବଜାର, ଚାନ୍ଦିନୀଚୌକ, କାଜିବଜାର, ଖଟବିନ୍ ସାହି, ଗଙ୍ଗାମନ୍ଦିର, ବୁଢ଼ୀଠାକୁରାଣୀ, କାଳୀଗଳି, ବାଖରାବାଦ୍, ମାଛୁଆବଜାର, ରାଣୀହାଟ, ମଙ୍ଗଳାବାଗ୍, କଲେଜଛକ ,ଚାଉଳିଆଗଞ୍ଜ, ଛତ୍ରବଜାର, ଫିରିଙ୍ଗିବଜାର, ନୟାସଡ଼କ, ତୁଳସୀପୁର, ମହାଦେବ, ଶଙ୍କରପୁର, ବାଦାମବାଡ଼ି, ଖାନ୍ନଗର, ବିଡାନାସୀ, ଗଣେଶଘାଟ, ଦରଘାବଜାର, ହରିପୁର, ଦୋଳମୁଣ୍ଡାଇ, ପିଠାପୁର, କାଠଗଡ଼ାସାହି, ଶିଖରପୁର,ଗଣ୍ଡରପୁର,ମହାନଦୀବିହାର, କଲେଜଛକ, ମହମ୍ମଦିଆ ବଜାର, କାଫଲାବଜାର, ନିମଚୌଡି ନିମସାହି ହରିଜନସାହି।