ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ବର୍ତ୍ତମାନର ବିଜେଡି ନେତା ପ୍ରଦୀପ ମାଝୀ । ବିବାହ ତାରିଖ ବିଷୟରେ କୌଣସି ସୂଚନା ନଥିଲେ ମଧ୍ୟ ବହୁତ ଜଲଦି ସେ ବିବାହ କରିବାକୁ ଯାଉଛନ୍ତି । ସେ ନିଜେ ଏକ ଆଞ୍ଚଳିକ ଗଣମାଧ୍ୟମର ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି ।
ସାକ୍ଷାତକାରରେ ସମ୍ପୃକ୍ତ ସାମ୍ବାଦିକ ଯେତେବେଳେ ପ୍ରଦୀପଙ୍କୁ ତାଙ୍କ ବିବାହ ବିଷୟରେ ପଚାରିଥିଲେ, ସେତେବେଳେ ସେ ଅତିସହଜ ଢଙ୍ଗରେ ସାମାନ୍ୟ ସ୍ମିତହାସ୍ୟ ଦେଇ କହିଥିଲେ କି, ହଁ ମୁଁ ବିବାହ କରିବି । ଯେତେବେଳେ ସାମ୍ବାଦିକ ପଚାରିଥିଲେ କେବେ, ପ୍ରଦୀପ କହିଥିଲେ ଖୁବ ଶୀଘ୍ର । ଆପଣମାନେ ନିଶ୍ଚିତ ତ ଜାଣିବେ ବୋଲି ଥିଲା ପ୍ରଦୀପଙ୍କ ଉତ୍ତର। ଆଉ ଲଭ ନା ଆରେଞ୍ଜ ମ୍ୟାରେଜ ହେବ ତାକୁ ନେଇ ପଚରାଯିବାରୁ, ପୂର୍ବତନ କଂଗ୍ରେସ ନେତା ବହୁତ ଜୋରରେ ହସିଥିଲେ । କହିଥିଲେ ଉଭୟ ।
ତେବେ ବିବାହକୁ ନେଇ ସବୁ କହିଥିବା ବେଳେ ଗୋଟିଏ କଥା କହୁକହୁ କହିଥିଲେ ପ୍ରଦୀପ ମାଝୀ କି, ଲୁଚାଛପାରେ ହେବ ବିବାହ । ଏମିତି କାହିଁକି କହିଲେ ତାର ତ ଉତ୍ତର ଦେବାକୁ ଟାଳିଯାଇଥିଲେ । ଖାଲି କହିଥିଲେ ଯାହା ହେବ ଆପଣମାନେ ଜାଣିବେନି ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ