OPSCରେ SDIPRO ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୩୯ ପଦବୀ ପୂରଣ ହେବ। ବିଶେଷକରି ସାମ୍ବାଦିକ ପ୍ରାର୍ଥୀ ଏହାର ସୁଯୋଗ ନେବେ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OPSCର ଅଫିସିଆଲ୍ ୱେବ୍ସାଇଟ୍ www.opsc.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ୱେବ୍ସାଇଟ୍ କୁ ଯାଇ What’s New ତାଲିକାରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୩୦ ସେପ୍ଟେମ୍ବର ୨୦୨୪
- ଅନ୍ଲାଇନ୍ ଆବେଦନ ଶେଷ – ୩୦ ଅକ୍ଟୋବର ୨୦୨୪
ଖାଲି ପଦବୀ:
- UR – ୨୧ ଟି ପୋଷ୍ଟ୍
- SEBC – ୦୩ ଟି ପୋଷ୍ଟ୍
- SC – ୦୬ ଟି ପୋଷ୍ଟ୍
- ST – ୦୯ ଟି ପୋଷ୍ଟ୍
- ମୋଟ୍ – ୩୯ଟି ପୋଷ୍ଟ୍
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଯୋଗ୍ୟତା:
- ପ୍ରାର୍ଥୀମାନେ ବ୍ୟାଚ୍ଲର୍ ଡିଗ୍ରୀ ସହିତ ସାମ୍ବାଦିକତା ଏବଂ ମାସ୍ କମ୍ୟୁନିକେସନ୍ରେ ଏକ ବର୍ଷର ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା କିମ୍ବା ସାମ୍ବାଦିକତା ଏବଂ ମାସ୍ କମ୍ୟୁନିକେସନ୍ରେ ଡିଗ୍ରୀ ହାସଲ କରିବା ଆବଶ୍ୟକ।
ବୟସ ସୀମା:
- ସର୍ବନିମ୍ନ ବୟସ – ୨୮ବର୍ଷ
- ସର୍ବାଧିକ ବୟସ – ୩୮ବର୍ଷ
- ବୟସ ଗଣନା ୦୧।୦୧।୨୦୨୪ ଅନୁସାରେ ହେବ
ଚୟନ ପ୍ରକ୍ରିୟା:
- ଲିଖିତ ପରୀକ୍ଷା
- ସାକ୍ଷାତକାର
- ଡକ୍ୟୁମେଣ୍ଟ୍ ଯାଞ୍ଚ
କିପରି କରିବେ ଆବେଦନ:
- ଅଫିସିଆଲ୍ ୱେବ୍ସାଇଟ୍ www.opsc.gov.in କୁ ଯାଆନ୍ତୁ
- “Apply” ଲିଙ୍କ୍ରେ କ୍ଲିକ୍ କରନ୍ତୁ
- ଆବେଦନ ଫର୍ମ ସଠିକ୍ ଭାବରେ ପୂରଣ କରନ୍ତୁ
- ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
- ‘Submit‘ ବଟନ୍ରେ କ୍ଲିକ୍ କରନ୍ତୁ
- ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ