The Topmost

“The eyes believe themselves, the ears believe other people.”

ଘର ମାଲିକ ପ୍ରତି ସାବଧାନ, ବାଥରୁମ୍ ରେ କ୍ୟାମେରା ଲଗାଇ ମଜା ନେଉଥିଲା ଦିବ୍ୟାଙ୍ଗ ଯୁବକ

ଦିଲ୍ଲୀରେ ଘଟିଛି ସାଂଘାତିକ ଘଟଣା। ଜଣେ ୩୦ ବର୍ଷୀୟ ଯୁବକଙ୍କୁ ପୁଲିସ ଦିଲ୍ଲୀର ଶକରପୁରରୁ ଗିରଫ କରିଛି। ସେ ଭଡ଼ାରେ ଘର ଦେଇଥିବା ଜଣେ ଯୁବତୀଙ୍କ ଉପରେ ନଜର ରଖିବା ପାଇଁ ବେଶ ଚତୁରତାର ସହ ବାଥରୁମ ଓ ବେଡରୁମରେ ଲାଗିଥିବା ବଲବରେ ଗୁପ୍ତ କ୍ୟାମେରା ଖଞ୍ଜି ଥିଲା। ଏକଥା ଜଣାପଡ଼ିବା ପରେ ପୁଲିସ୍ ଭଡ଼ାରେ ଘର ଦେଇଥିବା ଯୁବକକୁ ଗିରଫ କରିଛି।

ଯୁବତୀ ଜଣଙ୍କ ଯେତେବେଳେ ନିଜ ଘରକୁ ଯାଆନ୍ତି ସେତେବେଳେ ରୁମ ଚାବି ମାଲିକଙ୍କ ଘରେ ଦେଇ ଦିଅନ୍ତି। ଏହାର ଫାଇଦା ଉଠାଇ କରନ ଯୁବତୀଙ୍କ ବାଥରୁମ ଓ ବେଡରୁମରେ ଲାଗିଥିବା ବଲବ ଭିତରେ ଗୁପ୍ତ କ୍ୟାମେରା ଖଞ୍ଜି ଦେଇଥିଲା। ସେ ଯୁବତୀଙ୍କ ସବୁ ଆଚରଣରକୁ ବସି ଦେଖୁଥିଲା।

ଯୁବତୀ ଜଣଙ୍କ ଅଭିଯୋଗରେ କହିଛନ୍ତି ଯେ ନିକଟରେ ସେ ତାଙ୍କ ହ୍ୱାଟସଆପ ଆକାଉଣ୍ଟରେ ଗୋଟିଏ ଅଜଣା ଲ୍ୟାପଟପ ଲିଙ୍କ ହୋଇଥିବା ଜାଣିବା ପରେ ଏହାକୁ ଲଗଆଉଟ କରି ଦେଇଥିଲେ। ଏହି ଘଟଣା ପରେ ତାଙ୍କ ଉପରେ କେହି ନଜର ରଖୁଥିବା ଅନୁଭବ କରିଥିଲେ। ତେଣୁ ସେ ନିଜ ରୁମକୁ ଭଲ ଭାବେ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କ ବାଥରୁମରେ ଲାଗିଥିବା ବଲବ ହୋଲ୍ଡରରେ ଗୋଟିଏ ଗୁପ୍ତ କ୍ୟାମେରା ଖଞ୍ଜା ଯାଇଥିବା ଯୁବତୀ ଜଣଙ୍କ ଦେଖି ତୁରନ୍ତ ପିସିଆରକୁ କଲ କରି ଡାକିଥିଲେ। ପୋଲିସ ତଦନ୍ତରେ ବେଡ ରୁମରେ ଥିବା ବଲବ ହୋଲ୍ଡରରୁ ଆଉ ଗୋଟିଏ କ୍ୟାମେରା ମିଳିଥିଲା।

ଜେରା ବେଳେ କରନ ପୁଲିସକୁ କହିଛି ଯେ ୩ ମାସ ତଳେ ଯୁବତୀ ଜଣଙ୍କ ଯେତେବେଳେ ଉତ୍ତର ପ୍ରଦେଶ ଯାଇଥିଲେ ସେତେବେଳେ ଚାବି ତା’ ପାଖରେ ରହିଥିଲା। ଏହାର ଫାଇଦା ଉଠାଇବା ପାଇଁ କରନ ୩ଟି ଗୁପ୍ତ କ୍ୟାମେରା କିଣିଥିଲା। ଏହା ମଧ୍ୟରୁ ଗୋଟିଏ ସେ ଯୁବତୀଙ୍କ ବାଥରୁମ ଓ ଆଉ ଗୋଟିଏ ବେଡ ରୁମରେ ଲଗାଇ ଦେଇଥିଲା। ତଦନ୍ତ ବେଳେ ପୁଲିସ୍ କରନ ରୁମରକୁ ଅପରାଧରେ ବ୍ୟବହାର ହୋଇଥିବା ଲ୍ୟାପଟପ ଓ ଆଉ ଗୋଟିଏ ଗୁପ୍ତ କ୍ୟାମେରା ଜବତ କରିଛି। ପୁଲିସ୍ ତା’କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।