The Topmost

“The eyes believe themselves, the ears believe other people.”

ପ୍ରେମ ନିବେଦନ ନମାନିବାରୁ ନର୍ସଙ୍କୁ ଏପରି କଲେ କନଷ୍ଟେବଳ

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ରାମବାଗ ଫାଣ୍ଡି କନଷ୍ଟେବଳ ଜିତେନ୍ଦ୍ର ବିଶ୍ୱାଳଙ୍କ ଦବଙ୍ଗଗିରି। ରାତିଅଧରେ ନର୍ସଙ୍କର ମଙ୍ଗଳପୁର ଭଡ଼ାଘରେ ପଶି କଲେ ପ୍ରେମ ନିବେଦନ, ମାତ୍ର କଥା ନମାନିବାରୁ ଦେଲେ ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ସମ୍ପୃକ୍ତ କନଷ୍ଟେବଳ ଶୁଶୁଆ ପଞ୍ଚାୟତ ଗରଢ଼ିଅ ଗ୍ରାମରେ ହୋଇଥିବା ବେଳେ ଡାହାଣ ହାତ – ମେରଦା ଉପ – ସ୍ୱାସ୍ଥ୍ୟ କେନ୍ଦ୍ରର ଷ୍ଟାଫ ନର୍ସ ପୁଷ୍ପାଞ୍ଜଳି ନାୟକଙ୍କୁ ଦୀର୍ଘ ଏକ ବର୍ଷ ହେଲା ପ୍ରେମ ନିବେଦନ କରିବା ସହ ବାରମ୍ବାର ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଆସୁଥିଲେ।

ସମ୍ପୃକ୍ତ କନଷ୍ଟେବଳ କଥାରେ ନର୍ସ ଅରାଜି ହେବାରୁ ଗତକାଲି ରାତିରେ ନର୍ସଙ୍କ ଘରେ ପଶି କନଷ୍ଟେବଳ ଜଣକ ପ୍ରେମ ନିବେଦନ କରିଥିଲେ। ଏଥିରେ ରାଜି ନହେବାରୁ ନର୍ସଙ୍କୁ ଅସଦାଚରଣ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ। କନଷ୍ଟେବଳ ଜିତେନ୍ଦ୍ର ବିଶ୍ୱାଳଙ୍କୁ ମଙ୍ଗଳପୁର ପୁଲିସ ଅଟକ ରଖିଛି।