କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୮ ସେପ୍ଟେମ୍ବର ବୁଧବାର ଦେଶରେ ଏନପିଏସ୍ ବାତ୍ସଲ୍ୟ ଯୋଜନା ଆରମ୍ଭ କରିଛନ୍ତି। ଏହା ସହିତ ଏହି ସ୍କିମ ସାରା ଦେଶରେ ଆରମ୍ଭ ହୋଇଯାଇଛି। ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କାଳରେ ଏହି ଯୋଜନାର ଘୋଷଣା କରିଥିଲେ। ଏହି ସରକାରୀ ଯୋଜନାରେ ନିବେଶ ଦ୍ୱାରା ବାପ ମା ତାଙ୍କ ପିଲାଙ୍କ ପାଇଁ ପେନସନର ବ୍ୟବସ୍ଥା କରିପାରିବେ।
ଏନପିଏସ୍ ବାତ୍ସଲ୍ୟ ଯୋଜନା କ’ଣ?
ଏନପିଏସ୍ ବାତ୍ସଲ୍ୟ ଯୋଜନା ରାଷ୍ଟ୍ରୀୟ ପେନସନ ସ୍କିମର ସମ୍ପ୍ରସାରଣ। ପେନସନ ଫଣ୍ଡ ବିନିୟାମକ ଓ ବିକାଶ ପ୍ରାଧିକରଣ (ପିଏଫଆରଡିଏ) ପରିଚାଳିତ ଏହି ସ୍କିମ୍ ପିଲାଙ୍କ ଉପରେ କେନ୍ଦ୍ରିତ ରହିବ। ଏହି ଯୋଜନାରେ ମାତାପିତା ତାଙ୍କ ପିଲାଙ୍କ ଅବସର କାଳୀନ ଆୟ ଲାଗି ସଞ୍ଚୟ ଆରମ୍ଭ କରିପାରନ୍ତି। ଏହା ଏନପିଏସ ଭଳି କାମ କରିଥାଏ। ଯାହା ଲୋକଙ୍କୁ ସେମାନଙ୍କ କ୍ୟାରିୟର କାଳରେ ଯୋଗଦାନ ଦେଇ ରିଟାୟରମେଣ୍ଟ ପାଣ୍ଠି ତିଆରି କରିବାରେ ସହାୟତା କରିଥାଏ।
୧ ହଜାର ଟଙ୍କାରୁ ଆରମ୍ଭ କରିପାରିବେ ନିବେଶ
ଏନପିଏସ୍ ବାତ୍ସଲ୍ୟ ଯୋଜନାରେ ପିତାମାତା ଓ ଅଭିଭାବକ ସେମାନଙ୍କ ପିଲାଙ୍କ ନିମନ୍ତେ ବାର୍ଷିକ ସର୍ବ ନିମ୍ନ ୧ ହଜାର ଟଙ୍କା ନିବେଶ କରିପାରନ୍ତି। ଏଥିରେ ଅଧିକତମ ନିବେଶର କୌଣସି ସୀମା ନାହିଁ। ପିଲା ୧୮ ବର୍ଷ ବୟସରେ ପହଞ୍ଚିବା ପର୍ଯ୍ୟନ୍ତ ପ୍ୟାରେଣ୍ଟଙ୍କୁ ସବୁ ବର୍ଷ ପିଲାଙ୍କ ନିମନ୍ତେ ଟଙ୍କା ଜମା କରିବାକୁ ପଡିବ।
କିଏ କରିପାରିବେ ଏନପିଏସ ବାତ୍ସଲ୍ୟ ଯୋଜନା
ଏହି ଯୋଜନାରେ ମାତା ପିତା ବା ଅଭିଭାବକ ତାଙ୍କର ନାବାଳକ ପିଲାଙ୍କ ନିମନ୍ତେ ଏନପିଏସ୍ ବାତ୍ସଲ୍ୟ ଆକାଉଣ୍ଟ ଖୋଲିପାରିବେ। ଏବେ ଏନପିଏସ୍ ରେ ବାର୍ଷିକ ହାରାହାରି ରିଟର୍ଣ୍ଣ ୧୪ ପ୍ରତିଶତ। ଏଥିରେ ଯଦି ୩ ବର୍ଷର ପିଲା ଲାଗି ପ୍ରତି ମାସରେ ୧୦ ହଜାର ଟଙ୍କା ନିବେଶ କରାଯାଏ ତେବେ ୧୫ ବର୍ଷରେ ନିବେଶ ୧୮ ଲକ୍ଷଟଙ୍କା ହୋଇଯିବ। ୧୪ ପ୍ରତିଶତ ରିଟର୍ଣ୍ଣରେ ଏହି ରାଶି ବଢି ୬୦ ଲକ୍ଷ ଟଙ୍କା ହୋଇଯିବ।
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି