The Topmost

“The eyes believe themselves, the ears believe other people.”

ସିଏମ୍ କିଷାନ ଯୋଜନାର ଶେଷ ତାରିଖ, ଶୀଘ୍ର କରନ୍ତୁ ଆବେଦନ

ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkissan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି ଯୋଜନାରେ ହିତାଧିକାରୀମାନେ ୨ଟି କିସ୍ତିରେ ୨ହଜର ଟଙ୍କା ଲେଖାଏଁ ବାର୍ଷିକ ମୋଟ୍‌ ୪ ହଜାର ଟଙ୍କାର ସହାୟତା ପାଇବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।

ନୂଆଁଖାଇ ଅବସରରେ ସମ୍ବଲପୁର ଠାରେ ସି.ଏମ କିଷାନ ସହାୟତା ଯୋଜନାର ଶୁଭାରମ୍ଭ କରିଛନ୍ତି ସରକାର। ଏହାସହ ମୁଖ୍ୟମନ୍ତ୍ରୀ ପିଏମ କିଷାନ ଯୋଜନାର ସ୍ବତନ୍ତ୍ର ଅଭିଯାନ, ସିଏମ କିଷାନ ପୋର୍ଟାଲ ଓ କୃଷକ ଓଡିଶା ୟୁନିଫାଏଡ୍‌ ପୋର୍ଟାଲର ଉନ୍ମୋଚନ କରାଯାଇଛି।

ସିଏମ କିଷାନ ଯୋଜନାରେ ରବି ଋତୁରେ ୯୨୫ କୋଟିରୁ ଅଧିକ ଟଙ୍କା ବିନିଯୋଗ ମାଧ୍ୟମରେ ରାଜ୍ୟର ୪୫,୫୭,୭୩୩ ଜଣ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଏବଂ ୩୯,୩୦୩ ଭୂମିହୀନ କୃଷି ପରିବାର ଏହା ମାଧ୍ୟମରେ ଉପକୃତ ହେବେ। ସିଏମ କିଷାନର ଏହି ସହାୟତା ରାଶି ଉଭୟ ଖରିଫ ଓ ରବି ଋତୁ ପାଇଁ ୨ଟି କିସ୍ତିରେ ସମୁଦାୟ ୪ ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ସିଏମ କିଷାନ ଯୋଜନାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପିଲାମାନଙ୍କ ବୈଷୟିକ ଉଚ୍ଚଶିକ୍ଷା ନିମନ୍ତେ କୃଷି ବିଦ୍ୟା ନିଧି ଯୋଜନାରେ ୨ ଲକ୍ଷ ଟଙ୍କା ଛାତ୍ର ବୃତ୍ତିର ବ୍ୟବସ୍ଥା କରାଯାଇଛି।

ଏହି ଯୋଜନାର ଆରମ୍ଭ କରି ମୁଖ୍ୟମନ୍ତ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ କୃଷକ କଲ୍ୟାଣକାରୀ ଯୋଜନା ପିଏମ କିଷାନ ଯୋଜନାରେ ଭୂମିଧାରି ଚାଷୀଙ୍କ ପାଇଁ ୩ଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ଏଥିରେ ସିଏମ କିଷାନ ଯୋଡି ହୋଇଗଲେ ଚାଷୀ ବର୍ଷକୁ ୧୦ ହଜାର ଟଙ୍କା ମିଳିବ। ଏହି ଯୋଜନାର ହିତାଧିକାରୀ ଚୟନ ପ୍ରକ୍ରିୟା କାର୍ଯ୍ୟକୁ ୨ ମାସ ବୃଦ୍ଧି କରି ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସମୟରେ ନାମ ପଞ୍ଜିକରଣ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ କୃଷକମାନେ ଜନସେବା କେନ୍ଦ୍ର ମାଧ୍ୟମରେ ନିଶୁଳ୍କ ଭାବେ ସମ୍ପାଦନ କରିପାରିବେ।

SHARE BY